ତୀବ୍ର ଗତିରେ ଓଡିଶା ଆଡକୁ ମାଡି ଆସୁଛି ସାମୂଦ୍ରିକ ଝଡ ଫନି। ଫନିର ଗତି ବେଳକୁ ବେଳ ବଢି ଚାଲିଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚପଦାଧିକାରୀଙ୍କ ସହ ବାତ୍ୟା ସମୀକ୍ଷା କରୁଛନ୍ତି । ଏହି ବୈଠକରେ କ୍ୟାବିନେଟ ସଚିବ, ମୁଖ୍ୟ ସଚିବ ଏବଂ ଉପ ମୁଖ୍ୟ ସଚିବ ଉପସ୍ଥିତ ଅଛନ୍ତି । ଫନିର ମୁକାବିଲା କରିବା ପାଇଁ କେନ୍ଦ୍ରୀୟ ସ୍ତରରୁ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ବାତ୍ୟା ପ୍ରଭାବିତ ରାଜ୍ୟ ଗୁଡିକୁ ତୁରନ୍ତ ଯଥା ସମ୍ଭବ ସାହାଯ୍ୟ ଯୋଗେଇ ଦେବାକୁ ସେ ଆଲୋଚନା କରୁଛନ୍ତି । ଏହା ସହିତ ପ୍ରଭାବିତ ରାଜ୍ୟଗୁଡିକୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here