ଫନି ପାଇଁ ରାଜ୍ୟ ସରକାର ପୁରା ପ୍ରସ୍ତୁତ । ଭୟଭୀତ ନ ହୋଇ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ଧନଜୀବନର ସୁରକ୍ଷା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଇଛି ବୋଲି ସେ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ନବୀନ କହିଛନ୍ତି ଯେ, ବାତ୍ୟା ଫନିରେ ପ୍ରଭାବିତ ହେଉଥିବା ଅଞ୍ଚଳରୁ ଲୋକମାନଙ୍କୁ ୧୦୦ ପ୍ରତିଶତ ସ୍ଥାନାନ୍ତର କରାଯିବ । ଏଥିପାଇଁ ଗତକାଲି ଜିଲ୍ଲାପାଳ ଏବଂ ସଚିବଙ୍କ ସହ ଆଲୋଚନା କରାଯାଇଛି ।

LEAVE A REPLY

Please enter your comment!
Please enter your name here