ପାକିସ୍ତାନ ସୀମାରେ ଜଡିତ ଗୁଜୁରାଟର କଚ୍ଛରେ ଭାରତୀୟ ସୁରକ୍ଷା ବଳକୁ ଆଉ ଏକ ସଫଳତା ମିଳିଛି । ଭାରତୀୟ ସୁରକ୍ଷାବଳ ସକାଳ ସାଢେ ୬ଟାରେ ପାକିସ୍ତାନର ଏକ ଡ୍ରୋନ୍ କୁ ଧ୍ୱଂସ କରିବାରେ ମଧ୍ୟ ସଫଳ ହୋଇଛନ୍ତି । ବାୟୁସେନା ଏହି ଅପରେସନ୍ କୁ ୨୧ ମିନିଟ୍ ପର୍ଯ୍ୟନ୍ତ ଚଲାଇଥିଲେ । ଏହି ସମୟରେ ୧୨ ମିରାଜ ବିମାନରେ ୧୦୦୦ କିଲୋ ବମ୍ ପିଓକେରେ ଅନେକ ଆତଙ୍କବାଦୀ ଠିକଣାକୁ ଧ୍ୱଂସ କରିଥିଲେ ।

ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ବାୟୁସେନା ଏଲ୍‌ଓସି ଅତିକ୍ରମ କରିଥିଲା। ତେବେ ପାକିସ୍ତାନ ପକ୍ଷରୁ ସଠିକ୍‌ ସମୟରେ ଉଚିତ୍ ଜବାବ ଦିଆଯିବା ଯୋଗୁ ଭାରତୀୟ ଯୁଦ୍ଧ ବିମାନଗୁଡ଼ିକ ଫେରି ଯାଇଥିଲେ। ଭାରତୀୟ ଯୁଦ୍ଧ ବିମାନଗୁଡ଼ିକ କୌଣସି କ୍ଷତି କରି ପାରି ନାହାନ୍ତି ବୋଲି ପାକିସ୍ତାନର ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁର ଟ୍ୱିଟ୍‌ କରି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here