ବିଜୁଳି ବିଲରେ ସବସିଡ ପାଇବାକୁ ହେଲେ ବିଦ୍ୟୁତ୍ ଗ୍ରାହକଙ୍କୁ ଆବେଦନ କରିବାକୁ ପଡିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏହା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କିଛି ଲୋକ ବିଜୁଳି ବିଲ୍ ଉପରୁ ସବସିଡ ଛାଡ୍ କରିବାକୁ ଚାହୁଁଛନ୍ତି । କିନ୍ତୁ ସବିସିଡ ଛାଡ୍ କରିବାକୁ ହେଲେ ପ୍ରଥମେ ଏଥିପାଇଁ ଆବେଦନ କରିବାକୁ ପଡିବ । ଆଜି ହିଁ ସବସିଡି ପାଇଁ ଆବେଦନ କରିପାରିବେ ।
ଦିଲ୍ଲୀରେ ୨୦୧୫ରୁ ଆମ ଆଦମୀ ପାର୍ଟି ସରକାର ଆସିବା ପରଠୁ ବିଦ୍ୟୁତ୍ ବିଲ୍ ଛାଡ କରାଯାଇଥିଲା । କେଜ୍ରିୱାଲ ସରକାର ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଦେଉଥିଲେ । କିନ୍ତୁ ଅକ୍ଟୋବର ୨୦୨୨ରୁ ସମସ୍ତଙ୍କୁ ସବସିଡ ମିଳିବ ନାହିଁ । ଯେଉଁମାନେ ସବସିଡ୍ ପାଇଁ ଆବେଦନ କରିବେ ସେମାନେ ହିଁ ଏହାର ସୁବିଧା ପାଇପାରିବେ । ୫୮ ଲକ୍ଷ ବିଦ୍ୟୁତ୍ ଗ୍ରାହକ ଦିଲ୍ଲୀରେ ଅଛନ୍ତି । ଏଥିରୁ ୪୭ ଲକ୍ଷ ପରିବାରକୁ ସବସିଡ ମିଳୁଛି । ୩୦ ଲକ୍ଷ ପରିବାରକୁ ବିଜୁଳି ଫ୍ରି ମିଳୁଛି ।
ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତିଯେ,ଆଗକୁ ବିଜୁଳି ବିଲ୍ ସହିତ ଏକ ଫର୍ମ ଦିଆଯିବ । ଏହି ଫର୍ମ ପୂରଣ କରିବାକୁ ପଡିବ । ଅନଲାଇନରେ ମଧ୍ୟ ସବସିଡ୍ ପାଇଁ ଫର୍ମ ପୂରଣ କରିପାରିବେ । ଅନଲାଇନ୍ ଆବେଦନ କରିବାକୁ ଚାହୁଁଥିଲେ ୭୦୧୧୩୧୧୧୧୧ଏହି ନମ୍ବରରେ ମିସ୍ କଲ କରିବାକୁ ପଡିବ । ହ୍ୱାର୍ଟସଆପ ଜରିଆରେ ହାଏ ଲେଖିବା ପରେ ଏକ ମେସେଜ୍ ଆପଣଙ୍କ ପାଖକୁ ଆସିବ ।

LEAVE A REPLY

Please enter your comment!
Please enter your name here