ଫ୍ଲାଇଂ ଶିଖ୍ ମିଲଖା ସିଂହଙ୍କ ପରଲୋକ । ମାସେ ତଳେ କରୋନାରେ ଆକ୍ରାନ୍ତ ଥିଲେ ମିଲଖା ସିଂହ । ଆଥଲେଟ ଦୁନିଆର ଏହି କିମ୍ବଦନ୍ତୀ ପୁରୁଷଙ୍କ ଦେହାନ୍ତରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ଫ୍ଲାଇଂ ଶିଖ୍ ଭାବେ ପରିଚିତ ମିଲଖା ସିଂହ ପାଞ୍ଚଦିନ ତଳେ ତାଙ୍କର ପତ୍ନୀ ନିର୍ମଳାଙ୍କୁ ହରାଇଥିଲେ । ଚଣ୍ଡୀଗଡରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି ।

LEAVE A REPLY

Please enter your comment!
Please enter your name here