ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁ ସମୟକୁ ନେଇ ବିବାଦ ଉପୁଜିଛି । ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାୱତ ଅଭିଯୋଗ କରିଛନ୍ତି ଯେ, ଅଟଳଙ୍କର ଦେହାନ୍ତ ୧୬ ଅଗଷ୍ଟରେ ହୋଇନଥିଲା । ତେବେ ସେ ଏପରି ଅଭିଯୋଗ କରିବାର କେଉଁ କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏମ୍ସ କତ୍ତୃପକ୍ଷଙ୍କ ସୁଚନା ଅନୁସାରେ ବାଜପେୟୀଙ୍କ ମୃତ୍ୟୁ ଅଗଷ୍ଟ ୧୬ ତାରିଖ ସନ୍ଧ୍ୟା ସମୟରେ ହୋଇଥିଲା ଏବଂ ସେହି ସମୟ ମଧ୍ୟ ସାଧାରଣ ଜନତାଙ୍କ ପାଇଁ ଘୋଷଣା ହୋଇଥିଲା । ରାୱାତ କହିଛନ୍ତି ଯେ, ପ୍ରଥମେ ଦେଶର ସରକାରଙ୍କୁ ଜାଣିବାକୁ ହେବ ସ୍ୱରାଜ୍ୟ କଣ? ପ୍ରଧାନମନ୍ତ୍ରୀଙ୍କୁ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଅନେକ ଭାଷଣ ଦେବାର ଥିଲା । ତେଣୁ ସେ ବାଜପେୟୀଙ୍କ ଦେହାନ୍ତ ଖବର ଅଗଷ୍ଟ ୧୬ ତାରିଖରେ ହିଁ ଘୋଷଣା କରିବାର ନିଷ୍ପତ୍ତି ନେଇଥିଲେ । ଶିବସେନା ଏନଡିଏର ସହଯୋଗି ଦଳ ମୋଦିଙ୍କୁ ସମାଲୋଚନା କରିବାକୁ ମଧ୍ୟ ପଛାଇନାହାଁନ୍ତି । ରାୱତ କହିଛନ୍ତି ଯେ , ମୋଦି ସ୍ୱାଧିନତା ଦିବସରେ ଅନେକ ସମୟ ଲାଗି ନିଜର ଅଭିଭାଷଣ ରଖନ୍ତି ।  ସେହି ସମୟରେ ସାଧରାଣ ଲୋକମାନଙ୍କ ପାଇଁ ଯୋଜନା ମଧ୍ୟ ଘୋଷଣା କରନ୍ତି । ସବୁଠାରୁ ବଡ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୂର୍ବରୁ ଆଜି ଯାଏଁ ସରକାର କିଛି କରିନାହାଁନ୍ତି । ଦେଶର ଲୋକମାନେ ଟିକସ ଦେଉଛନ୍ତି, ଆଉ ସେହି ଟଙ୍କାରେ ହିଁ ଦେଶ ଚାଲୁଛି । ତେବେ ନିଜର ସ୍ୱାର୍ଥ ପାଇଁ ହୁଏତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ଦେହାନ୍ତ ସମୟ ସଠିକ କୁହାଯାଇନାହିଁ । ତେବେ ଏପରି ଅଭିଯୋଗ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here