ପରୀକ୍ଷା ସମୟରେ କପି ରୋକିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଏସବୁ ପରେ ବି କପି ରୋକା ଯାଇପାରୁନି । ତେବେ କପି ରୋକିବା ପାଇଁ ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯାହା ଜାଣିଲେ ଆପଣ ଆଶ୍ଚର‌୍ୟ୍ୟ ହୋଇଯିବେ । କପି ନ କରିବା ପାଇଁ ଛାତ୍ରଛାତ୍ରୀ ମୁଣ୍ଡରେ କାର୍ଟୁନ୍‌ ବା କାଗଜ ପେଟି ପିନ୍ଧି ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଛି। ଏହି ଘଟଣା କର୍ଣ୍ଣାଟକର । କର୍ଣ୍ଣାଟକର ଏକ ପ୍ରି-ୟୁନିଭର୍ସିଟି କଲେଜରେ ପାଖାପାଖି ୫୦ ଜଣ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମୟରେ ମୁଣ୍ଡରେ କାଗଜ ପେଟି ପିନ୍ଧି ବସିବା ପାଇଁ କୁହାଯାଇଥିଲା । ଏହାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିଶ୍ୱାସପ୍ରଶ୍ୱାସ ଓ ପରୀକ୍ଷା ଦେବାରେ ଯେମିତି ଅସୁବିଧା ନ ହୁଏ ସେଥିପାଇଁ ପେଟିର ସାମ୍ନା ପଟ କଟା ଯାଇଥିଲା। ହେଲେ ଏହାର ଦୁଇ ପଟ ସାଇଡ୍‌ କଟା ଯାଇନଥିଲା । ଫଳରେ ଛାତ୍ରଛାତ୍ରୀମାନେ ପାଖରେ ବସିଥିବା ଅନ୍ୟ ପିଲାଙ୍କର ଉତ୍ତର ଖାତା ଆଉ ଦେଖିପାରିବେ ନାହିଁ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଏହି କଲେଜକୁ ନୋଟିସ୍‌ ଜାରି କରାଯାଇଛି। ଛାତ୍ରଛାତ୍ରୀଙ୍କୁ କାହିଁକି ଏଭଳି ଭାବରେ ପରୀକ୍ଷା ଦେବାପାଇଁ କୁହାଯାଇଛି, ତା’ର ସ୍ପଷ୍ଟୀକରଣ ଦେବାଲାଗି ନୋଟିସ୍‌ରେ ଉଲ୍ଲେଖ କରାଯାଇଛି।

LEAVE A REPLY

Please enter your comment!
Please enter your name here