ଛତିଶଗଡରେ ନିର୍ବାଚନର ଠିକ୍ ଗୋଟିଏ ଦିନ ପୂର୍ବରୁ ମାଓବାଦୀମାନେ ଆତଙ୍କ ଖେଳାଇଛନ୍ତି ଏବଂ ଅନ୍ତାଗଡ ଗାଁ ରେ 7ଟି ବିସ୍ଫୋରଣ ଘଟାଇଛନ୍ତି. ଫଳରେ ଉଭୟ ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି. ଅନ୍ୟପଟେ ବିଜାପୁରରେ ମଧ୍ୟ ସୁରକ୍ଷାବଳ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇ ଜଣେ ମାଓବାଦୀ ମୃତ୍ୟୁବରଣ କରିଛି.  ସୂଚନା ଅନୁସାରେ, ମାଓବାଦୀ ଅଞ୍ଚଳ କାଙ୍କେର ଜିଲ୍ଲାର କୋଲିଆବେଡାରେ ରୁଟିନ୍ ପଇଁତରା ମାରୁଥିବା ସମୟରେ ମାଓବାଦୀମାନେ ଏହି ବିସ୍ଫୋରଣ ଘଟାଇଥିଲେ. ଫଳରେ ଜଣେ ବିଏସଏଫ୍ ଯବାନ ଆହତ ହୋଇଛନ୍ତି. ତେବେ ଆହତ ଯବାନଙ୍କୁ ତୁରନ୍ତ ଅନ୍ତାଗଡ ଡାକ୍ତରଖାନାକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି. ପରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି.

LEAVE A REPLY

Please enter your comment!
Please enter your name here