ନେପାଳ ପୋଖରାରେ ହୋଇଥିବା ବଡ ବିମାନ ଦୁର୍ଘଟଣାରେ ୭୨ ଲୋକଙ୍କ ଜୀବନ ଯାଇଛି । ସମସ୍ତ ମୃତକଙ୍କ ମଧ୍ୟରେ ରହିଛନ୍ତି ୪ ଜଣ ଯୁବକ । ଉତ୍ତରପ୍ରଦେଶ ଗାଜିପୁରର ବାସିନ୍ଦା ଏହି ୪ ଯୁବକ । ନେପାଳ ବୁଲିବାକୁ ଯାଉଥିଲେ ଏହି ୪ ସାଙ୍ଗ । ଏମାନଙ୍କ ମଧ୍ୟରେ ସୋନୁ ଜୟସୱାଲ ନାମକ ଜଣେ ଯୁବକ ବିମାନ ଦୁର୍ଘଟଣାର କିଛି ସେକେଣ୍ଡ ପୂର୍ବରୁ ଫେସବୁକରେ ଲାଇଭ୍ ଭିଡିଓ କରିଥିଲେ । ବିମାନ ଦୁର୍ଘଟଣା ପରେ ବି ମୋବାଇଲରେ ରେକର୍ଡ ହେଉଥିଲା ଭିଡିଓ । ସୋନୁଙ୍କ ଫେସବୁକ ଲାଇଭ୍ ଭିଡିଓରେ ପୁରା ବିମାନ ଦୁର୍ଘଟଣାର ଦୃଶ୍ୟ ରହିଛି । ଯାହା ଆପଣଙ୍କୁ ବିଚଳିତ କରିଦେବ । ୪ ସାଙ୍ଗଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଗାଜିପୁରବାସୀ । ୪ ଜଣ ଯୁବକ ହେଲେ ସୋନୁ ଜୟସୱାଲ, ବିଶାଲ ଶର୍ମା, ଅନିଲ ରାଜଭର ଏବଂ ଅଭିଷେକ । ଏହି ଚାରି ଜଣଙ୍କ ବୟସ ୨୩ରୁ ୨୮ ବର୍ଷ ହେବ । ୪ ସାଙ୍ଗଙ୍କ ଶବ ଆଜି ଗାଜିପୁରରେ ପହଁଞ୍ଚିବା ପରେ ଅନ୍ତିମ ସଂସ୍କାର ପାଇଁ ନିଆଯିବ ।

LEAVE A REPLY

Please enter your comment!
Please enter your name here