କଟକରେ ୩ ବର୍ଷ ପୁଅକୁ ମାରି ମା’ ଆତ୍ମହତ୍ୟା କରିବା ଘଟଣାରେ ବନ୍ଧା ହେଲେ ସ୍ୱାମୀ ସନ୍ତୋଷ ଖୁଣ୍ଟିଆ । ଗତକାଲିଠାରୁ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା ମଧୁପାଟଣା ଥାନା ପୋଲିସ । ଶିଳ୍ପୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଗିରଫ ହୋଇଛନ୍ତି ସନ୍ତୋଷ ଖୁଣ୍ଟିଆ । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ଗତକାଲି ୩ ବର୍ଷର ଛୁଆକୁ ମାରି ନିଜେ ଆତ୍ମହତ୍ୟା କରିଥିଲେ ଶିଳ୍ପୀ ଖୁଣ୍ଟିଆ । ସେ କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ ତାକୁ ନେଇ ଚର୍ଚ୍ଚା । ତଦନ୍ତ ଭିତରେ ମୃତ୍ୟୁ ରହସ୍ୟ ବଢାଇଥିଲା ଶିଳ୍ପୀଙ୍କ ଶେଷ ହ୍ୱାଟସଆପ ମେସେଜ୍ । ନିଜବଡ ଭଉଣୀ ସହ ହ୍ୱାଟସଆପରେ ଚାଟିଂ କରି ନିଜ ସଂସାରରେ ଝଡ , ମନରେ କୋହ , ମୃତ୍ୟୁର କାରଣ ଲେଖିଥିଲେ ଶିଳ୍ପୀ । ଚାଟିଂରେ ଶିଳ୍ପୀ ବଡ ଭଉଣୀକୁ ଜଣାଇଥିଲେ ଯେ, ସ୍ୱାମୀ ତାଙ୍କୁ ମିଛ କହି ମ୍ୟାରେଜ କରିଛନ୍ତି ।ତାଙ୍କ ପାଖରେ ଆଉ କିଛି ରାସ୍ତା ନାହିଁ । ସବୁବେଳେ ମାଡ , ଗାଳି, ନିର୍ଯାତନା ସହି ପାରୁନାହଁନ୍ତି । ବ୍ଲାକମେଲ ସହ ମାନସିକ , ଶାରୀରିକ, ଆର୍ଥୀକ ନିର୍ଯାତନା ସହି ପାରୁନାହାଁନ୍ତି । ବାପା , ମାଙ୍କ ଯତ୍ନ ନେବାକୁ ବଡ ଭଉଣୀଙ୍କୁ ଲେଖିଥିଲେ ଶିଳ୍ପୀ ।

LEAVE A REPLY

Please enter your comment!
Please enter your name here