1984 ମସିହାରେ ଶିଖି ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଜ୍ଜନ କୁମାର ଆତ୍ମ ସମର୍ପଣରେ ବିଳମ୍ବ ପାଇଁ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ନାକଚ କରିଦେଇଛନ୍ତି. ଯେଉଁଥିରେ ସେ 30 ଜାନୁୟାରୀ ପର୍ଯ୍ୟନ୍ତ ସମୟ ମାଗିଥିବା ଉଲ୍ଲେଖ ରହିଥିଲା. 1984 ମସିହା ଡିସେମ୍ବର 17 ତାରିଖରେ ଶିଖ୍ ବିରୋଧୀ ମାମଲାରେ ଉଚ୍ଚ ନ୍ୟାୟାଳୟ ସଜ୍ଜନଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡାଦେଶ ଶୁଣାଇଥିଲେ. ପରେ ଅଦାଲତ ତାଙ୍କୁ 31 ଡିସେମ୍ବର ଭିତରେ ଆତ୍ମ ସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ. ମାତ୍ର ସେ ପାରିବାରିକ କାରଣ ଦର୍ଶାଇ ଏହାକୁ ଜାନୁୟାରୀ 31 ତାରିଖ ଯାଏଁ ବୃଦ୍ଧି କରିବାକୁ ସମୟ ମାଗିଥିଲେ. ଦୀର୍ଘ 73 ବର୍ଷ ଧରି ଦୂରେଇ ରହିଥିବା ନିକଟତର ବନ୍ଧୁ ଓ ସଂପର୍କୀୟଙ୍କ ସହ ସମୟ ବିତାଇବା ପାଇଁ କିଛି ସମୟ ଦରକାର ବୋଲି ମଧ୍ୟ ସେ ଦର୍ଶାଇଥିଲେ. ତେବେ 1984 ମସିହା ନଭେମ୍ବର 1 ତାରିଖରେ ନୂଆଦିଲ୍ଲୀର ରାଜନଗରରେ ଗୋଟିଏ ପରିବାରର 5 ଜଣଙ୍କୁ ହତ୍ୟା କରିବା ସହିତ ଗୋଟିଏ ଗୁରୁଦ୍ୱାର ଜାଳିଦେଇଥିବା ମାମଲାରେ ଦିଲ୍ଲୀ ହାଇକୋର୍ଟ ସଜ୍ଜନଙ୍କୁ ଆଜୀବନ କାରାଦଣ୍ଡ ଘୋଷଣା କରିଥିଲେ