ପଶ୍ଚିମବଙ୍ଗ: ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀ ହାମିମ ମଣ୍ଡଳ ପାଖରୁ ଚାଞ୍ଚଲ୍ୟ କର ସୂଚନା ମିଳିଛି l ଏସଟିଏଫ୍ ର ଇନ୍ସପେକ୍ଟର ଆଇଜି ଗୌରବ ଶର୍ମାକହିଛନ୍ତି ଯେ, ହାମିମ ମଣ୍ଡଳକୁ ପାକିସ୍ତାନୀ ହ୍ୟାଣ୍ଡଲରମାନେ ପୁଲିସ ପୋଷାକ ପିନ୍ଧି ଜନ୍ତର ମନ୍ତର ଆନ୍ଦୋଳନ ସ୍ଥଳରେ ପଶି ଗଣ୍ଡଗୋଳ କରିବାକୁ କହିଥିଲେ। ମୁଖ୍ୟମନ୍ତ୍ରୀ ଥିଲେ ହାମିମର ଅନ୍ୟତମ ଟାର୍ଗେଟ୍। ମୁଖ୍ୟମନ୍ତ୍ରୀ ଯେଉଁ ସ୍ଥାନଗୁଡ଼ିକରେ ବିନା ସୁରକ୍ଷାରେ ରୁହନ୍ତି , ସେହି ସ୍ଥାନଗୁଡ଼ିକ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ହାମିମକୁ କୁହାଯାଇଥିଲା। ହାମିମ ମଣ୍ଡଳଙ୍କ ପ୍ରେମିକା ଅର୍ପିତା ସରକାରଙ୍କୁ ମଧ୍ୟ ଶୁକ୍ରବାର ଦିନ ଝାଡ଼ଖଣ୍ଡରୁ ଗିରଫ କରାଯାଇଛି। ସେମାନେ ଶହଜାଦ୍ ଭାଟି ଗ୍ୟାଙ୍ଗ ସହ ଜଡ଼ିତ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି। ଅର୍ପିତା ତଥ୍ୟ ହାସଲ କରିବା ପାଇଁ ରାଜନେତାଙ୍କ ସମେତ ଅନେକ ଜଣାଶୁଣା ବ୍ୟକ୍ତିଙ୍କୁ ହନିଟ୍ରାପ୍ କରି ହାମିମକୁ ପଠାଉଥିବା ପୋଲିସ କହିଛି। ଏହାସହ ତାଙ୍କ ହ୍ୱାଟ୍ସଆପ୍ ଚାଟ୍‌ରୁ ପାକିସ୍ତାନ ସହ ସମ୍ପର୍କ ଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here