ଭାରତୀୟ ନୌସେନାରେ ସାମିଲ୍ ହେଲା ଶକ୍ତିଶାଳୀ ବୁଡ଼ାଜାହାଜ ଆଇଏନ୍ଏସ ଖାଣ୍ଡେରି | ଆନୁଷ୍ଠାନିକ ଭାବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆଇଏନ୍ଏସ ଖାଣ୍ଡେରିକୁ ନୌସେନାରେ ସାମିଲ୍ କରାଇଛନ୍ତି | ଭାରତୀୟ ନୌସେନାରେ ଆଇଏନ୍ଏସ ଖାଣ୍ଡେରି ସାମିଲ ହେବା ପରେ ଭାରତୀୟ ନୌସେନାର ଶକ୍ତି ଦୁଇ ଗୁଣିତ ହୋଇଯାଇଛି | ଆତଙ୍କବାଦୀ ଜଳପଥରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିବା ବେଳେ ଖାଣ୍ଡେରି ଆତଙ୍କବାଦୀମାନଙ୍କୁ କଡା ଜବାବ ଦେବା ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ | ପାଣି ଭିତରେ ଘଣ୍ଟାପ୍ରତି ୩୭ କିଲୋମିଟର ବେଗରେ ଗତି କରିପାରିବ ଖାଣ୍ଡେରି | ବିନା ଶବ୍ଦ କରି ଗତି କରିବ ଖାଣ୍ଡେରି | ଯାହା ଶତ୍ରୁଙ୍କ ନିକଟରେ ପହଁଚିବାକୁ ବହୁତ କମ ସମୟ ଲାଗିବ |

LEAVE A REPLY

Please enter your comment!
Please enter your name here