2018-19 ବର୍ଷରେ ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲକୋ ରେକର୍ଡକାଳୀନ ଲାଭାଂଶ ଘୋଷଣା କରିଛି I 38ତମ ବାର୍ଷିକ ସାଧାରଣ ପରିଷଦ ବୈଠକରେ ନାଲକୋ ପକ୍ଷରୁ ଏହା ଘୋଷଣା କରାଯାଇଛି I ମିଳିଥିବା ଲାଭାଂଶର ପରିମାଣ ହେଉଛି 115 ପ୍ରତିଶତ ଅର୍ଥାତ 1072.73 କୋଟିଟଙ୍କା I 1981ରୁ କଂପାନୀ ଆରମ୍ଭ ହେବା ଦିନଠାରୁ ଏହା ହେଉଛି ସର୍ବକାଳୀନ ରେକର୍ଡ I ଏ ସଂପର୍କରେ ସୂଚନା ଦେଇ ନାଲକୋ ସିଏମଡି ଡକ୍ଚର ତପନ କୁମାର ଚାନ୍ଦ କହିଛନ୍ତି, କଂପାନୀ ଆରମ୍ଭ ହେବା ବେଳେ ପ୍ରତି ସେୟାରର ମୂଲ୍ୟ ମାତ୍ର ପାଞ୍ଚଟଙ୍କା ଥିଲା I 2018-19 ଆର୍ଥିକ ବର୍ଷରେ ନାଲକୋ ଟିକସ ବାବଦରେ 32,886 କୋଟି ଟଙ୍କା ପ୍ରଦାନ କରିଥିବା ବେଳେ 25,917 କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ଏବଂ 6,969 କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି I ଗତ ଚାରିବର୍ଷ ଧରି ଲଗାତର ଭାବେ ନାଲକୋ ବିଶ୍ବର ସବୁଠାରୁ କମ୍ ମୂଲ୍ୟରେ ଆଲୁମିନା ଉତ୍ପାଦନ କରୁଥିବା କଂପାନୀ ଭାବେ ପ୍ରତିଷ୍ଠା ଲାଭ କରିଛି ଏବଂ 2018ରେ ବକ୍ସାଇଟ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି ଡକ୍ଟର ଚାନ୍ଦ କହିଛନ୍ତି I

LEAVE A REPLY

Please enter your comment!
Please enter your name here