ଗୁଜରାଟ ଅମ୍ମଦାବାଦରେ ଓଢବ ଅଞ୍ଚଳରେ ଅଘଟଣ । ଏଠାରେ ଥିବା ଏକ ପୁରୁଣା ୪ ମହଲା କୋଠା ଭୁଷୁଡି ପଡିଛି । ଏଥିରେ ଜଣେ ଲୋକଙ୍କର ମୃତୁ୍ୟ ହୋଇଛି । ଏଥିରେ ଅନେକ ଲୋକ ଚାପି ହୋଇଥିବା ଆଶଙ୍କା କରାଯାଉଛି । ଏନଡିଆରଏଫର ଉଦ୍ଧାରକାରୀ ଟିମ୍ ସେମାନଙ୍କର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ୬ ଜଣ ଲୋକଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି । ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାଦ୍ୱାରା ମୃତାହତଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here