ଟିମ୍ ଇଣ୍ଡିଆର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଆଇପିଏଲର ୧୪ ତମ ସିଜିନ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହା ଭିତରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଧୋନୀଙ୍କର ନୂଆ ଅବତାର । ଚୁଟି ବିହୀନ ମୁଣ୍ଡକୁ ଦେହରେ ଧୋତୀ ପଞ୍ଜାବୀ । ଭାଇରାଲ ଫଟୋ ଦେଖି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି କି । ଏହା ଏକ ବିଜ୍ଞାପନ ସୁଟିଂ ବେଳର ଫଟୋ ପରି ଲାଗୁଛି । ଷ୍ଟାର ସ୍ପୋର୍ଟସ ନିଜର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ୯ ସେକେଣ୍ଡର ଏକ ଭିଡିଓ ମଧ୍ୟ ସେଆର କରିଛି । ଯେଉଁଥିରେ ଧୋନୀ ନଜର ଆସିଛନ୍ତି । ଆଉ ସେ ଏହି ଭିଡିଓରେ କହୁଛନ୍ତି ଏହି ଅବତାର ପଛର ରହସ୍ୟ କଣ । ଖୁବଶୀଘ୍ର ଆପଣ ଜାଣି ପାରିବେ

LEAVE A REPLY

Please enter your comment!
Please enter your name here