ଉତ୍ତରାଖଣ୍ଡର ଗୋରଖପୁରରେ ଘଟିଛି ଅଭାବନୀୟ ଘଟଣା. ଯାହାକୁ ଶୁଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ. ଜଣେ ଡାକ୍ତର ନିଜ ପୂର୍ବ ପତ୍ନୀକୁ ହତ୍ୟା କରିବା ପରେ ଅନ୍ୟମାନଙ୍କୁ ଅନ୍ଧାରରେ ରଖିବା ପାଇଁ ସୋସିଆଲ ମିଡିଆରେ ନିଜ ପତ୍ନୀଙ୍କୁ ଜୀବିତ ରଖିଥିଲେ. ତେବେ ଏଠାରେ ଏକ ପ୍ରଶ୍ନ ଉଠୁଛି, ସେହି ଡାକ୍ତର ଜଣକ ଏଭଳି କାଣ୍ଡ କଣ ପାଇଁ କରିଥିଲେ. ଏହା ପଛରେ ତାଙ୍କର ଉଦ୍ଦେଶ୍ୟ କଣ ରହିଥିଲା . ମିଳିଥିବା ତଥ୍ୟ ଅନୁସାରେ, ନେପାଳର ପୋଖରାଠାରେ ଜୁନ ୫ ତାରିଖରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା. ପରବର୍ତ୍ତୀ ସମୟରେ ସେହି ମୃତ ମହିଳା ଜଣକ ଗୋରଖପୁର ଜିଲ୍ଲାର ରାକ୍ଷୀ ବୋଲି ଜଣାପଡିଥିଲା. ପୋଲିସର ସୂଚନା ଅନୁସାରେ, ରାକ୍ଷୀ ଜୁନ୍ ୪ ତାରିଖରୁ ନିଖୋଜ ଥିଲେ ଏବଂ ତାଙ୍କୁ ପୋଲିସ ଖୋଜୁଥିଲା. ମାତ୍ର ପରେ ଯେତେବେଳେ ରାକ୍ଷୀଙ୍କ ପରିଚୟ ପୋଲିସ ହାତରେ ଲାଗଥିଲା ଏହି କାଣ୍ଡର ସମସ୍ତ କାହାଣୀ ପରଦା ଆଗକୁ ଆସିଥିଲା. ସୂଚନା ଅନୁସାରେ, ୨୦୧୧ ମସିହାରେ ମୃତ ରାକ୍ଷୀ ଉକ୍ତ ଡାକ୍ତର ଜଣଙ୍କୁ ପ୍ରେମ ବିବାହ କରିଥିଲେ ଏବଂ ଉଭୟ ଏକ ଭଡା ଘରେ ରହୁଥିଲେ. କୌଣସି କଳହକୁ କେନ୍ଦ୍ର କରି ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଏବଂ ପରେ ଦୁହେଁ ଅଲଗା ହୋଇଯାଇଥିଲେ. ନିଜ ଜୀବନକୁ ସୁରକ୍ଷିତ ରଖିବା ପାଇଁ ରାକ୍ଷୀ ମନୀଶ ଶ୍ରୀବାସ୍ତବ ନାମକ ଏକ ଯୁବକକୁ ପୁନଃ ବିବାହ କରିଥିଲେ. ପରେ ଦୁହେଁ ନେପାଳ ବୁଲିବାକୁ ଆସିଥିବା ବେଳେ ସେହି ଡାକ୍ତରଙ୍କ କାନରେ ଏହି ଖବର ପହଞ୍ଚିଥିଲା ଓ ସେ ରାକ୍ଷୀକୁ ଯୋଗାଯୋଗ କରି ତାକୁ ନେପାଳରେ ଅଟକିବାକୁ କହିଥିଲେ. ପରେ ରାକ୍ଷୀ ମନୀଶଙ୍କୁ ଘରକୁ ଫେରିଯିବାକୁ କହି ନିଜେ ନେପାଳରେ ଅଟକି ଯାଇଥିଲେ. ତେବେ ରାକ୍ଷୀଙ୍କ ବିବାହ ପୂର୍ବରୁ ଡାକ୍ତର ଆଉ ଜଣଙ୍କୁ ବିବାହ କରିଥିଲେ. ତେବେ ରାକ୍ଷୀଙ୍କ ବିଷୟରେ ଜାଣିବା ପରେ ଡାକ୍ତର ଓ ପୂର୍ବ ପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା. ଫଳରେ ସେ ପୁଣି ରାକ୍ଷୀଙ୍କ ପାଖକୁ ଫେରିବାକୁ ଚେଷ୍ଟା କରୁଥିଲେ. ଏଥିରେ ରାକ୍ଷୀ ରାଜି ନ ହେବାରୁ ଡାକ୍ତର ତାଙ୍କ ଦୁଇ ସହଯୋଗୀଙ୍କ ସହ ତାଙ୍କୁ ପାହାଡରୁ ଠେଲି ହତ୍ୟା କରିଥିଲେ ଏବଂ ଏଭଳିବ ଜଘନ୍ୟ କାଣ୍ଡକୁ ଲୁଚାଇବା ପାଇଁ ରାକ୍ଷୀ ବଞ୍ଚିଛନ୍ତି ବୋଲି ଅଭିନୟ କରି ତାଙ୍କ ଫୋନରରେ ଅନଲାଇନ ରହୁଥିଲେ ଅଭିଯୁକ୍ତ ଡାକ୍ତର ଜଣକ.

LEAVE A REPLY

Please enter your comment!
Please enter your name here