୧୧ଟି ଦେଶ ମାନଙ୍କ ମଧ୍ୟରୁ ମ୍ୟାଲେରିଆ ରୋଗ ଦୂରିକରଣ କ୍ଷେତ୍ରରେ ଭାରତ ପ୍ରଥମ ସ୍ଥାନ ଅଧିକାର କରିଛି . ଏହି ରିପୋର୍ଟ ଦେଇଛି ୱାର୍ଲଡ ହେଲଥ ଅରଗାନାଇଜେସନ ବା ଡବ୍ଲୁ.ଏଚ.ଓ . ୱାର୍ଲଡ ହେଲଥ ଅରଗାନାଇଜେସନର ରିପୋର୍ଟ ଅନୁଯାୟୀ ଭାରତକୁ ପଥମ ସ୍ଥାନରେ ପହଁଚାଇବାରେ ଓଡ଼ିଶାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ . ଓଡ଼ିଶାରେ ୨୦୧୬ ତୁଳନାରେ ୨୦୧୭ ମସିହାରେ ୨୪ ପ୍ରତିଶତ ମ୍ୟାଲେରିଆ ରୋଗର ନିରାକରଣ ହୋଇଥିବାର ଡବ୍ଲୁ.ଏଚ.ଓ ରିପୋର୍ଟ କହିଛି . ଏହି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୨୦୧୭ ମସିହାରେ ରୋଗୀଙ୍କ ସଂଖ୍ୟା ୩,୨୩,୮୦୦ ଥିବା ବେଳେ ୨୦୧୮ରେ ଏହା ୫୫,୩୬୫ରେ ଆସି ପହଁଚିଛି . କେବଳ ସେତିକି ନୁହେଁ ଏହି ଦୁଇ ବର୍ଷ ମଧ୍ୟରେ ଓଡ଼ିଶାରେ ଜଣେ ବି କେହି ମ୍ୟାଲେରିଆରେ ମୃତ୍ୟୁ ହୋଇନଥିବାର ରିପୋର୍ଟ ଦର୍ଶାଯାଇଛି । . “ଅଭିନବକରଣ ଯେପରିକି ସ୍ୱାସ୍ଥ୍ୟ କର୍ମୀମାନଙ୍କ ଦକ୍ଷତା, ଡାଇଗ୍ନୋସିସ ର ସୁବିଧା ଏବଂ ଚିକିତ୍ସା ଉପଚାର ଦ୍ୱାରା ଓଡ଼ିଶା ଏଭଳି ଏକ ମାରାତ୍ମକ ରୋଗକୁ ହରାଇ ପାରିଥିବାର ଏହି ରିପୋର୍ଟ କହିଛି”. ରିପୋର୍ଟ ମୁତାବକ ଭାରତରେ ଏବେ ମଧ୍ୟ ହାରାହାରି ୧୦୦କୋଟି ୨୫ ଲକ୍ଷ ଲୋକ ଏହି ରୋଗର ବଶବର୍ତ୍ତୀ ଥିବା ସମ୍ଭାବନା ଅଛି . ଡବ୍ଲୁ.ଏଚ.ଓ ଅନୁଯାୟୀ ବିଶ୍ୱର ପାଖାପାଖି ୭୦ ପ୍ରତିଶତ ମ୍ୟାଲେରିଆ ରୋଗୀ କଙ୍ଗୋ, ନାଇଜେରିଆ, ତାଞ୍ଜେନିଆ, ଉଙ୍ଗାଣ୍ଡା ଭଳି ଉପ ସାହାରାନର ୧୦ଟି ଦେଶ ଓ ଭାରତ ସମେତ ୧୧ଟି ଦେଶରେ ଦେଖାଯାଇଥାନ୍ତି . ୨୦୧୭ରେ ପ୍ରାୟ ୧୫୧ ମିଲିୟନ ମ୍ୟାଲେରିଆ ରୋଗୀ ଏବଂ ୨ଲକ୍ଷ୭୪ହଜାର ମୃତ୍ୟୁ ଏହି ୧୧ଟି ଦେଶ ମାନଙ୍କରେ ହୋଇଥିବାର ସୂଚନା ମିଳିଛି . ରିପୋର୍ଟ ଏହା ମଧ୍ୟ କହିଛି ୨୦୧୭ରେ ରୋଗୀଙ୍କ ସଂଖ୍ୟା ୨୧୯ ମିଲିୟନ ଥିବା ବେଳେ ପୂର୍ବ ବର୍ଷ ଏହା ୨୧୭ ଥିଲା . କିନ୍ତୁ ଏହାର ପୂର୍ବ ବର୍ଷ ମ୍ୟାଲେରିଆ ସଂସ୍ପର୍ଶରେ ଆସିଥିବା ରୋଗୀଙ୍କ ସଂଖ୍ୟା ୨୦୧୪ରୁ ୨୦୧୫ ମଧ୍ୟରେ ୨୩୯ ରୁ ଖସି ୨୧୯ ବିଲିୟନରେ ପହଁଚିଥିଲା . ୱାର୍ଲଡ ହେଲଥ ଅରଗାନାଇଜେସନ ମତରେ ଦୀର୍ଘ ୪୫ ବର୍ଷ ମଧ୍ୟରେ ଆମେରିକା ମହାଦେଶର ପାରାଗୁଏ ଏହା ମର୍ୟ୍ୟାଦା ପାଇବାରେ ପ୍ରଥମ .

LEAVE A REPLY

Please enter your comment!
Please enter your name here