ଯୌନ ନିର୍ଯାତନା ମାମଲାରେ 13 ଜଣ ବରିଷ୍ଠ କର୍ମଚାରୀଙ୍କ ସମେତ 48 ଜଣ କର୍ମଚାରୀ ଚାକିରୀରୁ ବହିଷ୍କାର ହୋଇଛନ୍ତି ବୋଲି ଗୁଗୁଲ ଗୁରୁବାର ଦିନ ପ୍ରକାଶ କରିଛି. ତେବେ ଅନୁଚିତ୍ ବ୍ୟବହାରକୁ ଦୃଷ୍ଟିରେ ରଖି ଗୁଗୁଲ ଏହି ନିଷ୍ପତି ନେଇଥିବା ଜଣାପଡିଛି. ଆମେରିକାର ଏହି ପ୍ରତିଷ୍ଠିତ କମ୍ପାନୀ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସୁନ୍ଦର ପିଚାଇଙ୍କ ମାଧ୍ୟମରେ ଏହି ସୂଚନା ଦେଇଛି. ସୂଚନା ମୁତାବକ, ଗୁଗୁଲର ଜଣେ ବରିଷ୍ଠ ଅଧିକାରୀ ଆଣ୍ଡ୍ରଏଡ ନିର୍ମାତା ଏଣ୍ଡି ରୁବିନାଙ୍କ ବିରୁଦ୍ଧରେ ଅଭିଯୋଗ ଆସିବା ପରେ ତାଙ୍କୁ 90 ମିଲିୟନ ଡଲାର ଦେଇ କମ୍ପାନୀରୁ ବହିଷ୍କାର କରାଯାଇଛି ବୋଲି କହିଛନ୍ତି. ତେବେ ଲୋକଙ୍କ ଦୁର୍ବବ୍ୟବହାରକୁ ରୋକିବା ପାଇଁ କମ୍ପାନୀ ତରଫରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି ଏବଂ ଏକ ସୁରକ୍ଷିତ ବାତାବରଣ ସୃଷ୍ଟି କରିବା ପାଇଁ ପ୍ରତିଜ୍ଞାବଦ୍ଧ ଥିବା କମ୍ପାନୀ ତରଫରୁ କୁହାଯାଇଛି.

LEAVE A REPLY

Please enter your comment!
Please enter your name here