ରୋନାର ନୂଆ ଭାରିଆଣ୍ଟ ଏବେ ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି । ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ଏକ ନିଷ୍ପତ୍ତି ନେଇଛନ୍ତି । ରାଜଧାନୀ ଦିଲ୍ଲୀରେ ଜିଆରଏପି (ଗ୍ରେଡ୍ ରିସ୍ପଂସ ଆକ୍ସନ ପ୍ଲାନ) ଲାଗୁ କରାଯାଇଛି । ଦିଲ୍ଲୀରେ ଏବେ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ଅନୁଯାୟୀ କଟକଣା ମଧ୍ୟ ବଢିବ । ଦେଶରେ ଓମିକ୍ରନ ସଂଖ୍ୟା ୬ ଶହ ଡେଇଁ ସାରିଲାଣି । ୧୬୫ କେସ୍ କେବେଳ ଦିଲ୍ଲୀରୁ ଆସିଛି । ସଙ୍କ୍ରମଣରେ ରୋକ ଲଗାଇବାକୁ ରାତି ୧୦ ଟାରୁ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ଏହା ବ୍ୟତୀତ, ଅଡ୍ ଇଭେନ୍ ଅନୁଯାୟୀ ଦୋକାନଗୁଡିକ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିରେ ଅତ୍ୟାବଶ୍ୟକ ସେବା କିମ୍ବା ସାମଗ୍ରୀ ସହିତ ଦୋକାନ ଏବଂ ମଲ୍ ଅନ୍ତର୍ଭୁକ୍ତ ରହିବ। ଏଥି ସହିତ ୫୦% କ୍ଷମତା ସହିତ ରେଷ୍ଟୁରାଣ୍ଟ ଖୋଲାଯିବ। ସେହିପରି ପୁଣି ଥରେ ସିନେମା ହଲ୍, ମଲ୍ଟିପ୍ଲେକ୍ସ ବନ୍ଦ ରହିବ।
ସେହିପରି ହୋଟେଲ ଖୋଲା ରହିବ, ସେଲୁନ, ବ୍ୟୁଟିପାଲର୍ଟର ଖୋଲା ରହିବ। ଜିମ୍‌, ଯୋଗ ସେଣ୍ଟର, ଏଣ୍ଟରଟେନ୍‌ମେଣ୍ଟ ପାର୍କ ବନ୍ଦ ରହିବ। ବସଥଗୁଡିକରେ ଛିଡା ହୋଇ ଯାତ୍ରା କରିବାକୁ ଅନୁମତି ମିଳିବ ନାହିଁ। ୫୦% କ୍ଷମତାରେ ବସ୍ ଚାଲିବ। ସ୍ପୋର୍ଟସ୍ କମ୍ଲେକ୍ସ, ଷ୍ଟାଡିଅମ୍ ଏବଂ ସୁଇମିଂ ପୁଲ ଆଦି ବନ୍ଦ ରହିବ। ବିବାହ ଏବଂ ଅନ୍ତିମ ସଂସ୍କାରରେ କେବଳ ୨୦ ଲୋକ ସାମିଲ ହେବା ପାଇଁ ଅନୁମତି ରହିବ।

LEAVE A REPLY

Please enter your comment!
Please enter your name here