ରାଜଧାନୀ ଦିଲ୍ଲୀରେ ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ସୋମବାର ୨ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ନୂଆ ଓମିକ୍ରନ ଆକ୍ରାନ୍ତଙ୍କୁ ମିଶାଇଲେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୪ରେ ପହଁଞ୍ଚିଛି । ଦିଲ୍ଲୀର ସ୍ୱାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି । କେରଳରେ ମଧ୍ୟ ୪ ନୂଆ ମାମଲା ସାମ୍ନାକୁ ଆସିଛି । କେରଳରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଁଞ୍ଚିଛି । ଭାରତରେ ଏପର୍ଯ୍ୟନ୍ତ ୧୬୦ରୁ ଉର୍ଦ୍ଧ୍ୱ ସଙ୍କ୍ରମିତ ଚିହ୍ନଟ ହେଲେଣି । ସେହିପରି କର୍ଣ୍ଣାଟକରୁ ୨୦ଗୁଜରାଟରୁ ୧୫, ୟୁପିରୁ-୨, କେରଳରୁ୧୫ ଓିମକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି । ସବୁଠୁ ଅଧିକ ମାମଲା ମହାରାଷ୍ଟ୍ରରୁ ଆସିଛି । ମହାରାଷ୍ଟ୍ରରୁ ୫୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି ।

LEAVE A REPLY

Please enter your comment!
Please enter your name here