ଯାତ୍ରୀମାନଙ୍କ ସୁବିଧା ପାଇଁ ଏକ ବଡ ନିଷ୍ପତ୍ତି ନେଇଛି ଭାରତୀୟ ରେଳବାଇ । ରେଲୱେ ପ୍ଲାଟଫର୍ମରୁ ଜିନିଷ ପତ୍ର କିଣାନେଇ ନୂଆନିୟମ ଜାରି କରାଯାଇଛି । ଏହି ନିୟମ ଅନୁସାରେ, ରେଲୱେ ପ୍ଲାଟଫର୍ମରୁ କିଣୁଥିବା ସମସ୍ତ ଜିନିଷ ଉପରେ ବିଲ୍ ବାଧ୍ୟତାମୂଳକ । ସାଧାରଣତଃ ପ୍ଲାଟଫର୍ମ ବା ଟ୍ରେନରୁ ଆମେ କୌଣସି ସାମଗ୍ରୀ କିଣିଲେ ଦୋକାନୀ ତାର ବିଲ୍ ଦିଏନାହିଁ । କିନ୍ତୁ ଏବେ ଷ୍ଟେସନ ବା ଟ୍ରେନରେ ଜିନିଷ ବିକ୍ରି କରୁଥିବା କୌଣସି ଦୋକାନୀ ଯଦି ଆପଣଙ୍କୁ ବିଲ୍ ନଦିଏ ତେବେ କିଣାଯାଇଥିବା ସାମଗ୍ରୀ ସମ୍ପୁର୍ଣ୍ଣ ଭାବରେ ମାଗଣା ହୋଇଯିବ । ଏହି ନୂଆ ନିୟମ ବାବଦରେ ଟୁଇଟ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ପିୟୂଷ ଗୋଏଲ । ସେ କହିଛନ୍ତି, ରେଲୱେ ନୋ ବିଲ ନୋ ପେମେଣ୍ଟ ନୀତି ଆପଣାଇଛି । ଯାହା ଅନୁସାରେ ଦୋକାନୀ ଗ୍ରାହକଙ୍କୁ ବିଲ୍ ଦେବା ବାଧ୍ୟତାମୂଳକ । ଟ୍ରେନ ବା ରେଲୱେ ପ୍ଲାଟଫର୍ମରେ ଯଦି କୌଣସି ଦୋକାନୀ ଆପଣଙ୍କୁ ବିଲ୍ ଦେବାକୁ ମନା କରେ ତେବେ ତାଙ୍କୁ ଟଙ୍କା ଦେବା ଆବଶ୍ୟକତା ନାହିଁ । ଏହାକୁ ବୁଝାଇବାକୁ ରେଳମନ୍ତ୍ରୀୁ ଏକ ଭିଡିଓ ବି ଜାରି କରିଛନ୍ତି । ରେଲୱେର ଏହି ନୀତି ତୁରନ୍ତ ସାରା ଦେଶର ସବୁ ଷ୍ଟେସନ ଏବଂ ଟ୍ରେନରେ ଲାଗୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here