ଶେଷରେ 21 ବର୍ଷର ସ୍ଥାପନା ପରେ, ଡିସେମ୍ବର 25 ତାରିଖ ଅଟଳଙ୍କ ଜନ୍ମ ଜୟନ୍ତୀ ଅବସରରେ ଆସାମର ଦିବ୍ରୁଗଡରେ ଦୀର୍ଘତମ ପୋଲ ବୋଗବିଲର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମାଣ ହୋଇଥିବା ଏହି ସେତୁ ବିଶେଷ କରି ଉତ୍ତର-ପୂର୍ବ ରାଜ୍ୟବାସୀଙ୍କ ପାଇଁ ସହାୟକ ହେବ ବୋଲି କୁହାଯାଇଛି. ଅନ୍ୟପଟେ ସଡକ ପଥ ଦୃଷ୍ଟିରେ ଏହା ଦେଶର ଉନ୍ନତିରେ ମଧ୍ୟ ସହାୟକ ହେବ ବୋଲି ମୋଦି କହିଛନ୍ତି. 4.94 କି.ମି ଲମ୍ବ ବିଶିଷ୍ଟ ଏହି ପୋଲ ଲୋକଙ୍କ ଗମନାଗମନରେ ବିଶେଷ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି. ଏହାଛଡା ବିଶେଷଜ୍ଞଙ୍କ ମତରେ ଏହି ବ୍ରିଜ ଉପରେ ଯଦି ଭୂ କମ୍ପର ପ୍ରଭାବ ପଡେ ତାହେଲେ ଏହି ପୋଲର କୌଣସି କ୍ଷତି ହେବ ନାହିଁ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି. ଏହି ବ୍ରିଜ୍ ନିର୍ମାଣ ପାଇଁ ସମୁଦାୟ 5,900 କୋଟି ଟଙ୍କା ଭାରତୀୟ ରେଳ ବିଭାଗ ଖର୍ଚ୍ଚ କରିଥିବା ସୂଚନା ଦେଇଛି. ଏହି ପୋଲ ମାଧ୍ୟମରେ ଆସାମରୁ ଅରୁଣାଚଳପ୍ରଦେଶକୁ କମ୍ ସମୟ ମଧ୍ୟରେ ଯାତାୟାତ କରିହେବ ଏବଂ ଦିଲ୍ଲୀରୁ ଦିବ୍ରୁଗଡକୁ ମଧ୍ୟ ଏହି ପୋଲ ମାଧ୍ୟମରେ କମ୍ ସମୟ ମଧ୍ୟରେ ଯାଇହେବ ବୋଲି କୁହାଯାଇଛି.

 

LEAVE A REPLY

Please enter your comment!
Please enter your name here