ଶିଖ୍ ବିରୋଧୀ ଦଙ୍ଗା ସହ ଜଡିତ ଥିବା ମାମଲାର ମୁଖ୍ୟ ଅଭିଯୁକ୍ତ ପୂର୍ବ କଂଗ୍ରେସ ନେତା ସଜ୍ଜନ କୁମାର କରିଥିବା ଅପିଲ ଉପରେ ସୋମବାର ସୁପ୍ରିମ କୋର୍ଟ ଶୁଣାଣି କରିବେ. 1984 ମସିହାରେ ହୋଇଥିବା ଶିଖ୍ ବିରୋଧୀ ଦଙ୍ଗାରେ ସାମିଲ ଥିବା ସଜ୍ଜନ କୁମାରକୁ ଦିଲ୍ଲୀ ହାଇକୋର୍ଟ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଥିଲେ. ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସଜ୍ଜନ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ. ପରେ 31 ଡିସେମ୍ବରରେ ହାଇକୋର୍ଟଙ୍କ ନିଷ୍ପତ୍ତିର ଶୁଣାଣି ସମୟରେ 73 ବର୍ଷୀୟ ସଜ୍ଜନ ଆତ୍ମସମର୍ପଣ କରିଥିଲେ. ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ସଜ୍ଜନ.

LEAVE A REPLY

Please enter your comment!
Please enter your name here