ବିଜେପି ସାମ୍ବାଦିକ ସମ୍ମିଳନୀରେ ଜୋତାମାଡ । ଏ ଦୃଶ୍ୟ ଦିଲ୍ଲୀ ବିଜେପି ମୁଖ୍ୟାଳୟର । ବିଜେପି ଦଳର ମୁଖପାତ୍ର ଜେଭିଏଲ ନରସିମହାଙ୍କର ଚାଲିଥିଲା ସାମ୍ବାଦିକ ସମ୍ମିଳନୀ । ହଠାତ୍ ଆଗ ଧାଡିରେ ବସିଥିବା ଜଣେ ଯୁବକ ତାଙ୍କ ଉପରକୁ ଜୋତା ଫିଙ୍ଗିଥିଲେ । ତୁରନ୍ତ ସମ୍ପୃକ୍ତ ଯୁବକଙ୍କୁ କାବୁ କରିନିଆଯାଇଥିଲା । ପରେ ତାଙ୍କୁ ପୋଲିସ ଜିମା ଦିଆଯାଇଛି । ତାଙ୍କୁ ପଚରାଉଚରା ପାଇଁ ପୋଲିସ ନେଇଛି । ତେବେ ଜୋତା ଫିଙ୍ଗିବାର କାରଣ କଣ ସେ ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here