ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ଏ. ବୋବ୍‌ଡେଙ୍କ ନିଆରା ଅନ୍ଦାଜ । ନାଗପୁରରେ ଏକ ଦାମୀ ହାର୍ଲି ଡାଭିଡସନ ବାଇକରେ ବୋବ୍‌ଡେ ବସିଥିବା ଦେଖିବାକୁ ମିଳିଛି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବୋବ୍‌ଡେଙ୍କର ବାଇକ୍ ପ୍ରତି ଅହେତୁକ ଦୁର୍ବଳତା ରହିଛି । ଏହାକୁ ନେଇ ସେ ବିଭିନ୍ନ ସମୟରେ ଗଣମାଧ୍ୟମକୁ ଜଣାଇଛନ୍ତି ।

ଜଷ୍ଟିସ ବୋବଡେ ଲକଡାଉନ ଯୋଗୁଁ କିଛି ସପ୍ତାହ ହେବ ନାଗପୁରରେ ରହୁଛନ୍ତି। ସେଠାରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ମାମଲାର ଶୁଣାଣି କରୁଛନ୍ତି। ତେବେ ଏଡି ହାର୍ଲି ଡାଭିଡସନ୍‌ ସାଧାରଣତଃ ବାଇକ୍‌ ରେସିଂରେ ବ୍ୟବହାର କରାଯାଇଥାଏ। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

LEAVE A REPLY

Please enter your comment!
Please enter your name here