ହ୍ୱାଟସ୍ ଆପ୍ ଫର୍ମାଟରେ ପ୍ରସ୍ତୁତ ହୋଇଛି ବାହାଘର କାର୍ଡ. ସମୟ ବଦଳିବା ସହ ଲୋକମାନେ ବଦଳିଲେଣି. କହିବାକୁ ଗଲେ ବର୍ତ୍ତମାନ, ସୋସିଆଲ ମିଡିଆର ଯୁଗ ଚାଲିଛି ଆଉ ଲୋକମାନେ ମଧ୍ୟ ତାକୁ ଆପଣଉଛନ୍ତି. ଏପରି ମନେହେଉଛି, ସତେ ଯେମିତି ସୋସିଆଲ ମିଡିଆ ବିନା ସବୁ କାମ ଅଧୁରା.  ଏହି ପରିପ୍ରେକ୍ଷୀରେ ଗୁଜୁରାଟର ସୁରାଟରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି. ତାହା ହେଲା ହ୍ୱାଟସ୍ ଆପ୍ ଷ୍ଟାଇଲରେ ଛପା ହୋଇଛି ବାହାଘର ନିମନ୍ତ୍ରଣ କାର୍ଡ. ବର୍ତ୍ତମାନ ସବୁ କାମ ହ୍ୱାଟସ ଆପ୍ ମାଧ୍ୟମରେ ହେଉଥିଲା ବେଳେ ସୁରାଟର ଦିଶାଇ ପରିବାର ନିଜ ଝିଅ ବାହାଘର ପାଇଁ ନିମନ୍ତ୍ରଣ କାର୍ଡ ହ୍ୱାଟସ୍ ଆପ୍ ଷ୍ଟାଇଲରେ ପ୍ରସ୍ତୁତ କରିଛନ୍ତି. କାର୍ଡର କଭର ଉପରେ ହ୍ୱାଟସ୍ ଆପ୍ ର ସିମ୍ବଲ୍ ରହିଛି ଏବଂ ତା ଭିତରେ ଭଗବାନ ଗଣେଶଙ୍କୁ ସ୍ଥାନ ଦିଆଯାଇଛି. ପରେ ଆର୍ଜୁ ୱେଡସ୍ ଚିନ୍ତନ ଲେଖାଯାଇଛି. ତେବେ ଏହି କାର୍ଡରେ 8ଟି ପେଜ୍ ରହିଛି. ପ୍ରଥମ ପେଜ୍ ରେ ଯାହାଙ୍କ ବାହାଘର ସେ ଦୁହିଁଙ୍କ ହ୍ୱାଟସ୍ ଆପ୍ ଗ୍ରୁପ୍ କରାଯାଇଛି. ଦ୍ୱିତୀୟ ପେଜ୍ ରେ ବର କନ୍ୟା ଚାଟ୍ କରୁଥିବା ପେଜ୍ ରହିଛି. ପରେ ବିବାହରେ ଉପସ୍ଥିତ ରହିବା ପାଇଁ ଅନଲାଇନ ଯାହାକୁ ନିମନ୍ତ୍ରଣ କରାଯିବ ତାଙ୍କ ନାମ ତୃତୀୟ ପେଜ୍ ରେ ରହିଛି. ଚତୁର୍ଥ ପେଜ୍ ରେ ‘ଉଇ ଆର୍ ଫ୍ୟାମିଲି’ ନାଁ ରେ ଗୋଟିଏ ଗ୍ରୁପ୍ କରାଯାଇଛି. ଯେଉଁଥିରେ ସବୁ ପରିବାର ସଦସ୍ୟଙ୍କ ନାମ ରହିଛି. ବର୍ତ୍ତମାନ ଏହି କାର୍ଡ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି. ତେବେ ଏହା ହେଉଛି ଦେଶର ପ୍ରଥମ ବାହାଘର କାର୍ଡ, ଯାହା ହ୍ୱାଟସ୍ ଆପ୍ ଫର୍ମାଟରେ ପ୍ରସ୍ତୁତ ହୋଇଛି. ଏହାକୁ ନେଇ ଦିଶାଇ ପରିବାର ବହୁତ ଖୁସି ମଧ୍ୟ ଥିବା ପ୍ରକାଶ କରିଛନ୍ତି.

LEAVE A REPLY

Please enter your comment!
Please enter your name here