ଜିଓ ଫୋନ ବ୍ୟବହାକାରୀଙ୍କ ପାଇଁ ରିଲାଏନ୍ସ ଜିଓ ଆଣିଛି ଏକ ନୂଆ ଫିଚର. ହ୍ୱାଟସ୍ ଆପ୍ ଓ ଗୁଗୁଲ ସର୍ଭିସର ସପୋର୍ଟ ପରେ ଏବେ ଜିଓ ଫୋନ୍ ରେ ୱାଇଫାଇ ହଟସ୍ପଟ ଦେବା ପାଇଁ କମ୍ପାନୀ ଯୋଜନା କରୁଥିବା ପ୍ରକାଶ ପାଇଛି. ବର୍ତ୍ତମାନ ଏହାର ପରୀକ୍ଷଣ ଚାଲୁଥିବା ବେଳେ ବହୁତ ଜଲଦି ବ୍ୟବହାରକାରୀଙ୍କୁ ଅପଡେଟ୍ ମାଧ୍ୟମରେ ଏହି ଫିଚର ପ୍ରଦାନ କରାଯିବ. 2017 ମସିହାରେ ରିଲାଏନ୍ସ କମ୍ପାନୀ ଏହି ଜିଏ ଫୋନ ଆରମ୍ଭ କରିଥିଲା ଏବଂ ଏଯାବତ୍ 50 ମିଲିୟନ୍ ହ୍ୟାଣ୍ଡସେଟ୍ ବିକ୍ରି ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି. ଅନ୍ୟ ସ୍ମାର୍ଟ ଫୋନ୍ ଭଳି ଏହି ଫୋନରେ ମଧ୍ୟ ସବୁ ସୁବିଧା ରହିବ. ଯେଉଁଥିପାଇଁ ପ୍ରଥମେ ଏହାର ସେଟିଂକୁ ବଦଳାଯିବ. ଆକ୍ଟିଭ କରିବା ପାଇଁ ସେଟିଂରେ ଅପସନ୍ ମଧ୍ୟ ରହିବ. ଏହାଛଡା ଇଣ୍ଟରନେଟ୍ ସେୟାରିଂ କରିବାର ସୁବିଧା ମଧ୍ୟ ରହିବ. ଏହାଛଡା ଏହାକୁ ରିନେମ୍ କରିବା ସହ ପାସୱାର୍ଡ ମଧ୍ୟ ସେଟ୍ କରିବାର ଅପ୍ସନ ମଧ୍ୟ ଗ୍ରାହକ ପାଇପାରିବେ. ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଓ ବର୍ତ୍ତମାନ ଏକ କୁମ୍ଭ ଜିଓ ଫୋନ ଆପ୍ ର ଘୋଷଣା କରିଛି. ଯାହା ଏକପ୍ରକାର ଲୋକେଟର୍ ଆପ୍. ଏହି ଆପ୍ ଜରିଆରେ ଜଣେ ଲୋକ ଆଉ ଜଣେ ଲୋକକୁ ସହଜରେ ଖୋଜିପାରିବ. ଆଗକୁ ଥିବା କୁମ୍ଭ ମେଳାକୁ ଦୃଷ୍ଟିରେ ରଖି ଏହି ଆପ୍ ଦିଆଯାଇଛି. ଫଳରେ ଭିଡରେ ହଜିଯାଇଥିବା ଲୋକଙ୍କୁ ସହଜରେ ଟ୍ରାକ୍ କରିହେବ. ଏହାଛଡା ଏଥିରେ ଏମରଜେନ୍ସି ହେଲପ୍ ଲାଇନ ନମ୍ବର, ମ୍ୟାପ୍ସ, ଫ୍ୟାମିଲି ଲୋକେଟର୍ ଓ ଲାଷ୍ଟ ଫାଉଣ୍ଡ ଭଳି ଅପ୍ସନ ମଧ୍ୟ ଦିଆଯାଇଛି.

LEAVE A REPLY

Please enter your comment!
Please enter your name here