୫ ଦିନ ଧରି ଜୀବନ ସହ ସଂଘର୍ଷ କରିବା ପରେ ଶେଷରେ ହାରି ଯାଇଛନ୍ତି ଆଇପିଏସ ଅଧିକାରୀ ସୁରେନ୍ଦ୍ର ଦାସ । ୫ଦିନ ତଳେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ସୁରେନ୍ଦ୍ର । ଗତକାଲି କାନପୁରରେ ଏକ ନର୍ସିଂ ହୋମରେ ତାଙ୍କର ମୃତ୍ୟୁ  ହୋଇଛି ।
୩୦ ବର୍ଷିୟ ସୁରେନ୍ଦ୍ର ହେଉଛନ୍ତି ୨୦୧୪ ବ୍ୟାଚର ଆଇପିଏସ ଅଫିସର । ଚଳିତ ଅଗଷ୍ଟରେ ତାଙ୍କୁ କାନପୁରର ଏସପି ଭାବେ ଦାୟିତ୍ୱ ଦିଆଯାଇଥିଲା । ହେଲେ ସେ କଣ ପାଇଁ ଆତ୍ମହତ୍ୟା କଲେ? ଏହା ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ । ମିଳିଥିବା ସୁଚନାଅନୁସାରେ ନିଜ ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି ହେବାରୁ ଶେଷରେ ଏହା ଚରମ ସ୍ଥିତିରେ ପହଁଞ୍ଚିଥିଲା । ଅଧିକାଂଶ ସମୟରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡା ହେଉଥିଲା । ଜନ୍ମାଷ୍ଟମୀରେ ତାଙ୍କ ପତ୍ନୀ ଡା. ରବୀନା ଆମିଷ ଖାଦ୍ୟ ଘରକୁ ମଗାଇଥିଲେ । ଏହିଭଳି ଭାବେ ସବୁଦିନ କିଛି ନା କିଛି କାମ କରି ସ୍ୱାମୀଙ୍କୁ ତାତ୍ସଲ୍ୟ କରୁଥିଲେ । ଏସବୁ କାରଣକୁ ନେଇ ଶେଷରେ ସୁରେନ୍ଦ୍ର ଏକ ବିଷାକ୍ତ କୀଟନାଶକ ସେଲଫଓ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସା କରାଯାଉଥିଲା । ପରେ ତାଙ୍କୁ କାନପୁରର ରେଜେନ୍ସି ହସ୍ପିଟାଲକୁୂ ସ୍ତାନାନ୍ତର କରାଯାଇଥିଲା । ରବିବାର ତାଙ୍କର ମୃତ୍ୟୁ ହୋଇଛି .

LEAVE A REPLY

Please enter your comment!
Please enter your name here