ୟୁଟ୍ୟୁବ ଦେଖି ନିଜେ ପିଲା ଜନ୍ମ କରାଇଛନ୍ତି ଜଣେ ନାବାଳିକା । କାଳେ କିଏ ଏହାକୁ ଜାଣିନେବେ ସେ ଭୟରେ ନବଜାତର ତଣ୍ଟିଚିପି ହତ୍ୟା କରିଦେଇଛି ମା’ । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ମହାରାଷ୍ଟ୍ର ନାଗପୁରର ଅମ୍ବାଜରି ଅଞ୍ଚଳରେ । ୧୫ ବର୍ଷୀୟା ଏହି ନାବାଳିକା ମୃତ ଶିଶୁକୁ ଏକ ବାକ୍ସରେ ଲୁଚାଇ ରଖିଥିଲା । ମା ଫେରିବା ପରେ ତାଙ୍କୁ ସବୁ କଥା କହିଥିଲା । ଘଟଣାର ପର୍ଦ୍ଦାଫାଶ ହେବା ପରେ ମୃତ ଶିଶୁର ବ୍ୟବଚ୍ଛେଦ ପାଇଁ ପଠାଯିବା ସହିତ ନାବାଳିକାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ପୋକ୍ସୋ ଆଇନରେ ଏକ ମାମଲା ରୁଜୁ ହୋଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ନାବାଳିକା ବିରୋଧରେ ହତ୍ୟା ମାମଲା ରୁଜୁ ହେବ । ଗତ ୨ ତାରିଖରେ ଘଟିଥିବା ଏହି ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ସୂଚନା ଅନୁସାରେ, ନବମ ଶ୍ରେଣୀରେ ପଢୁଥିବା ଛାତ୍ରୀ ଜଣଙ୍କ ଇନଷ୍ଟାଗ୍ରାମରେ ଜଣେ ଯୁବକଙ୍କ ସହ ଚାଟିଂ କରୁ କରୁ ପ୍ରେମରେ ପଡିଯାଇଥିଲେ । କିନ୍ତୁ ପରେ ଯୁବକ ଜଣକ ଯୌନ ଶୋଷଣ କରିଥିଲା । ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ପରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିଲେ ।ଅଭିଯୁକ୍ତକୁ ଗିରଫ କରିବା ପାଇଁ ଏକ ଟିମ୍ ଗଠନ କରିଛି ଅମ୍ବାଜରି ପୋଲିସ ।

LEAVE A REPLY

Please enter your comment!
Please enter your name here