ଦୃଢ ଇଛା ଶକ୍ତି ଆଗରେ ହାର ମାନେନା ବୟସ । ଏହାର ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ଭାରତର ୧୦୨ ବର୍ଷୀୟ ବୟୋଜ୍ୟେଷ୍ଠ ମହିଳା ଆଥଲେଟ ମନକୌର । ସେ ୨୦୦ ମିଟର ଦୌଡ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସ୍ପେନର ମାଲାଗାଠାରେ ଚାଲିଥିବା ୱାଲରଡ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନସିପରେ ସେ ଏହି ସଫଳତା ହାସଲ କରିଛନ୍ତି । ଏହି ପ୍ରତିଯୋଗିତା ବୟୋଜ୍ୟେଷ୍ଠ ଆଥଲେଟଙ୍କ ଲାଗି ଅଲମ୍ପିକ୍ସ ପାଇଁ ଜଣାଶୁଣା । ୧୦୦ରୁ ୧୦୪ ବର୍ଷ ବୟସ ବର୍ଗର ଦୌଡକୁ କୌର ୨ମିନିଟ ୧୪.୬୫ସେକେଣ୍ଡରେ ଶେଷ କରିଥିଲେ । ବୟସ ଅଧିକ ସତ୍ତ୍ୱେ କୌରଙ୍କ ଦୃଢ ଇଛା ଶକ୍ତିକୁ ବଲିଉଡ ଆକ୍ଟର ମିଲନ୍ଦ ସୁମନ ପ୍ରଶଂସା କରିଛନ୍ତି । ତେବେ ଏହା ତାଙ୍କ କ୍ୟାରିଅରର ପ୍ରଥମ ସ୍ୱର୍ଣ୍ଣ ପଦକ ନୁହେଁ । ଗତବର୍ଷ ଅକଲାଣ୍ଡଠାରେ ଅନୁଷ୍ଠିତ ୧୦୦ ମିଟର ରେସରେ ସମାନ ସଫଳତା ପାଇଥିଲେ । ଏହାପୂର୍ବରୁ ୨୦୧୬ରେ ଆମେରିକାନ ମାଷ୍ଟର୍ସରେ ସ୍ୱଣ୍ଣ ପଦକ ଜିତି ୧୦୦ ବର୍ଷରୁ ଉର୍ଦ୍ଧ ବୟସ ବର୍ଗରେ ବିଶ୍ୱର ଦ୍ରୁତତମ ମହିଳା ଭାବେ ସାବ୍ୟସ୍ତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here