ରୁଷ-ୟୁକ୍ରେନ ମଧ୍ୟରେ ଏବେବି ଚାଲିଛି ଘମାଘୋଟ ଲଢେଇ । ତେବେ ୟୁକ୍ରେନର ସେନା ଦାବି କରିଛନ୍ତି ଯେ, ଏବେ ସୁଦ୍ଧା ସେ ରୁଷର ୧୩,୫୦୦ ସୈନିକକୁ ମାରିଛନ୍ତି । ଗତ ୨୪ ଘଣ୍ଟାରେ ରୁଷର ୪ ହେଲିକପ୍ଟର , ଗୋଟିଏ ବିମାନ ସହିତ ଲଢୁଆ ବିମାନକୁ ନଷ୍ଟ କରିଦେଇଛନ୍ତି ବୋଲି ୟୁକ୍ରେନ ସେନା କହିଛି । ବିଗତ ୨୦ ଦିନ ହେବ ଜାରି ରହିଥିବା ଯୁଦ୍ଧରେ ୟୁକ୍ରେନର ଅଧିକାଂଶ ସହର ଧ୍ୱସଂ ହୋଇଗଲାଣି ଅନେକ ନାଗରିକ ମୃତ୍ୟୁବରଣ କଲେଣି । ୟୁକ୍ରେନ ମଧ୍ୟ ନିଜର ଅନେକ ସୈନିକଙ୍କୁ ହରାଇଲାଣି । ଦୁଇ ଦେଶ ମଧ୍ୟରେ ଲାଗିଥିବା ଯୁଦ୍ଧରେ କେବେ ପଡିବ ପୂର୍ଣ୍ଣଛେଦ । ତାହାର ଆକଳନ କରାଯାଇପାରୁନାହିଁ ।
ଅନ୍ୟପଟେ ରୁଷ ସେନା ମଧ୍ୟ ଲଗାତାର ୟୁକ୍ରେନର ସବୁ ସହର ଉପରେ ବମକ ଏବଂ ମିଜାଇଲ ମାଡ କରୁଛି ।

LEAVE A REPLY

Please enter your comment!
Please enter your name here