ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ବୁରେଭି । ଡିପ୍ ଡିପ୍ରେସନର ରୂପ ନେଇଛି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସଅଷ୍ଟ ଲଘୁଚାପ । ଆଜି ସନ୍ଧ୍ୟା କିମ୍ବା ରାତିରେ ‘ବୁରେଭି’ ଶ୍ରୀଲଙ୍କା ଉପକୂଳ ତ୍ରିନକୋମାଲି ଦେଇ ଅତିକ୍ରମ କରିପାରେ। ଏହି ସମୟରେ ଘଣ୍ଟା ପ୍ରତି ୭୫-୮୫ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ଆସନ୍ତାକାଲି ‘ବୁରେଭି’ ଗଲ୍ଫ ଅଫ୍ ମାନାର୍ ଦେଇ ୪ ତାରିଖରେ ଏହା ତାମିଲନାଡୁରେ ଲ୍ୟାଣ୍ଡଫଲ୍ କରିପାରେ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ଡିସେମ୍ବର ୨ ଓ ୩ରେ କନ୍ୟାକୁମାରୀ, ତିରୁନେଲଭେଲି, ଥୋଥୁକୁଡି, ଟେନକାସୀ, ରାମନାଥପୁରମ୍ ଏବଂ ତାମିଲନାଡୁର ସିଭାଗଙ୍ଗାଇରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି।
ସମ୍ଭାବ୍ୟ ବାତ୍ୟା ବୁରେଭିର କୌଣସି ପ୍ରଭାବ ଓଡିଶା ଉପରେ ପଡିବ ନାହିଁ । ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ । ଆଗାମୀ ଦିନେ ଦୁଇଦିନ ପରେ ଅଧିକ ଶୀତ ବଢିବ ।

LEAVE A REPLY

Please enter your comment!
Please enter your name here