ଭିଜିଲାନ୍ସ ଜାଲରେ ବରିଷ୍ଠ ମହିଳା କିରାଣି । ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଯାଞ୍ଚ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସଂଯୁକ୍ତା ଦାସଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ରେଡ୍ ହୋଇଛି । ଜଗତସିଂହପୁର କାର୍ଯ୍ୟାଳୟ ,ସାତପୁରାରେ ଥିବା ଘର, କଟକ ଘରେ ବି ରେଡ୍ କରାଯାଇଛି । ଭିଜିଲାନ୍ସ ଟିମ୍ କିଛି ଦସ୍ତାବିଜ୍ , ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ସଂଗ୍ରହ କରି ତଦନ୍ତ ଜାରି ରଖିଛି । ଆଜି ସକାଳୁ ଭିଜିଲାନ୍ସ କଟକ ଡିଭିଜନର ୪ଟି ସ୍ୱତନ୍ତ୍ର ଟିମ ବରିଷ୍ଠ ମହିଳା କିରାଣୀ ସଂଯୁକ୍ତା ଙ୍କର ସାତପୁରା ସ୍ଥିତ ପୈତୃକ ବାସଭବନ, ଜଗତସିଂହପୁର ସଦର ସ୍ଥିତ ବାସଭବନ, କଟକ ସ୍ଥିତ ଆଦିତ୍ୟ ରେସିଡେନ୍ସି ଏବଂ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସ୍ଥିତ କାର‌୍ୟ୍ୟରତ ପଞ୍ଚାୟତ ବିଭାଗ କାର‌୍ୟ୍ୟାଳୟ ଠାରେ ଭିଜିଲାନ୍ସ ର ଚଢ଼ାଉ ଜାରି ରହିଛି। ତେବେ କେତେ ପରିମାଣର ଆୟ ବହିର୍ଭୁତ ସମ୍ପତ୍ତି ସଂଯୁକ୍ତା ଠୁଳ କରିଛନ୍ତି ସେ ବାବଦରେ ସୂଚନା ମିଳିପାରିନାହିଁ। ମାତ୍ର ଚଢ଼ାଉ ଜାରି ରହିଥିବା ହେତୁ ତାଙ୍କର ଆୟ ବହିର୍ଭୁତ ସମ୍ପତ୍ତିର ଆନୁମାନିକ ମୁଲ୍ୟ ଚଢ଼ାଉ ପରେ ହିଁ ସ୍ପଷ୍ଟ ହେବ ବୋଲି କହିଛନ୍ତି ଭିଜିଲାନ୍ସ ଅଧିକାରୀ।

LEAVE A REPLY

Please enter your comment!
Please enter your name here