ଗୋଣ୍ଡା : ଶିକ୍ଷାର କୌଣସି ବୟସ ସୀମା ନ ଥାଏ । ଏହା ଏକ ଜୀବନବ୍ୟାପି ପ୍ରକ୍ରିୟା । ଦୃଢ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ କରାଯାଇପାରିବ । ଏହାର ଏକ ପ୍ରମାଣ ଦେଖିିବାକୁ ମିଳିଛି ଉତ୍ତରପ୍ରଦେଶର ଗୋଣ୍ଡାରେ । ଜଣେ ୭୮ ବର୍ଷୀୟ ବୃଦ୍ଧ ଦବାକୁ ଯାଉଛନ୍ତି ଯୁକ୍ତ ୨ ପରୀକ୍ଷା । ସୂଚନାମୁତାବକ, ବୃଦ୍ଧ ଜଣକ ହେଉଛନ୍ତି ଉତ୍ତରପ୍ରଦେଶର ଗୋଣ୍ଡାରେ ଥିବା ବନକଟୱା ଗାଁର । ତାଙ୍କ ନାଁ ହେଉଛି ନାମକରଣ ପ୍ରଜାପତି । ପେସାରେ ସେ ଜଣେ କୁମ୍ଭାର । ମାଟିରେ ତିଆରି କରଥାନ୍ତି ବାସନ କୁସନ । ସେ ୧୯୯୭ରେ ପାସ୍ କରିଥିଲେ ମାଟ୍ରିକ । ତାଙ୍କର ଆର୍ଥିକ ପରିସ୍ଥିତି ଭଲ ନ ଥିବାରୁ ତାଙ୍କୁ ଅଧାରୁ ପଢା ଛାଡିବାକୁ ପଡିଥିଲା । ୨୩ ବର୍ଷ ପୂର୍ବେ ସେ ପଢା ଛାଡି ଦେଇଥିଲେ କିନ୍ତୁ ଏବେ ସେ ଦବାକୁ ଯାଉଛନ୍ତି ଯୁକ୍ତ ୨ ପରୀକ୍ଷା । ତାଙ୍କୁ ଆଡମିଟ କାର୍ଡ ମଧ୍ୟ ମିଳିସାରିଲାଣି । ସେ ସେହି ଅଞ୍ଚଳର ଲୋକମାନଙ୍କ ପାଇଁ ପାଲଟି ଯାଇଛନ୍ତି ଏକ ଉଦାହରଣ ।

LEAVE A REPLY

Please enter your comment!
Please enter your name here