ଏକ ନିଖୋଜ ଜାହାଜର ଖବର ମିଳିଛି । ୯ବର୍ଷ ତଳେ ପ୍ରଶାନ୍ତ ମହାସାଗରରେ ଏହି ଜାହାଜଟି ହଠାତ୍ କୁଆଡେ ଉଭେଇ ଯାଇଥିଲା । ସୈମ୍ ରତାଉଲାଙ୍ଗି ପିବି-୧୬୦୦ ନାମକ ଏହି ଜାହାଜ ଭାରତ ମହାସାଗର ମିଆଁମାର୍ ଉପକୂଳରେ କଳଙ୍କିଲଗା ଅବସ୍ଥାରେ ଭାସୁଥିବାର ଦେଖିବାକୁ ମିଳିଛି । ଏଥିରେ ଚାଳକ ଦଳ ସଦସ୍ୟ କିମ୍ବା କୌଣସି ଲୋକଙ୍କୁ ଦେଖିବାକୁ ମିଳିନଥିଲା । କିଛି ଧୀବର ଏହାକୁ ଦେଖି ପୋଲିସକୁ ସୁଚନା ଦେଇଥିଲେ । ଏନେଇ ମିଆଁମାର ପୋଲିସ ପକ୍ଷରୁ ତଟରକ୍ଷୀ ବାହିନୀକୁ ଖବର ଦିଆଯିବା ସହିତ ଏହାର ଫଟୋ ଫେସବୁକରେ ଅପଲୋଡ କରାଯାଇଛି । ଜାହାଜ ଉପରେ ଇଣ୍ଡୋନେସିଆର ପତାକା ଲାଗିଛି । ଏହାର ଟ୍ରାନ୍ସପଣ୍ଡରକୁ ଶେଷ ଥର ପାଇଁ ୨୦୦୯ରେ ତାଇୱାନ ନିକଟରେ ଠାବ କରାଯାଇଥିବା କୁହାଯାଉଛି । ଏହାପରଠାରୁ ଜାହାଜ ନିଖୋଜ ଥିଲା ।

LEAVE A REPLY

Please enter your comment!
Please enter your name here