ଯେତେବେଳେ ଆମ ଦେଶରେ 40-50 ବର୍ଷର ଲୋକଙ୍କୁ ଯୁବକ ବୋଲି କୁହାଯାଏ, ସେତେବେଳେ ଆମେରିକାରେ 14 ବର୍ଷର ପିଲା ମଧ୍ୟ ଗଭର୍ଣ୍ଣର ହୋଇପାରନ୍ତି.  ଆମେରିକାର ବର୍ମାଣ୍ଟରେ ରହୁଥିବା 14ବର୍ଷର ଇଥର୍ନ ସୋନବର୍ଣ୍ଣ ଏବେ ସେହି ରାଜ୍ୟର ଗଭର୍ଣ୍ଣର ପଦବୀ ପାଇଁ ରେସ୍ ରେ ଅଛନ୍ତି . ତେବେ ସେ ଏହି ନିର୍ବାଚନ ଲଢିପାରିବେ ସତ କିନ୍ତୁ ନିଜ ପାଇଁ ସେ ଭୋଟ ଦେଇପାରିବେନି. କାରଣ ଏଥିପାଇଁ ତାଙ୍କୁ ଅତି କମ୍ ରେ 18 ବର୍ଷ ହେବା ଆବଶ୍ୟକ. ଯଦି ଇଥର୍ନ ଗଭର୍ଣ୍ଣର ହେବାରେ ସଫଳ ହୁଅନ୍ତି ତାହାଲେ ସେ କମ୍ ବୟସରୁ ରାଜ୍ୟ ସମ୍ଭାଳିବା ଆରମ୍ଭ କରିଦେବେ . ବର୍ମାଣ୍ଟ ସମ୍ବିଧାନରେ ଗଭର୍ଣ୍ଣର ପଦବୀ ପାଇଁ ବୟସର କିଛି ସୀମା ନ ଥାଏ, କିନ୍ତୁ ଏଥିପାଇଁ ଅତିକମରେ ବର୍ମାଣ୍ଟର 4 ବର୍ଷର ବାସିନ୍ଦା ହୋଇଥିବା ଦରକାର . ତେବେ ବର୍ମାଣ୍ଟ ଛଡା ଏମିତି ଆଉ 2 ଟି ରାଜ୍ୟ ଅଛି ଯୋଉଠି ବୟସ ର କିଛି ସୀମା ନାହିଁ ଗଭର୍ଣ୍ଣର ପଦବୀ ପାଇଁ . ସେଗୁଡିକ ହେଲା ମ୍ୟାଶ୍ଚୁସେଟସ୍ ଓ କଂସାସ୍ . ବର୍ମାଣ୍ଟରେ ଇର୍ଥନ ବହୁତ ଲୋକପ୍ରିୟତା ଅର୍ଜନ କରିସାରିଲେଣି ଓ ତାଙ୍କ ଭାଷଣ ଶୁଣିବା ପାଇଁ ବହୁତ ଲୋକ ମଧ୍ୟ ଆସୁଛନ୍ତି . ତେବେ ତାଙ୍କ କହିବା କଥା ହେଲା, ରାଜ୍ୟର ହେଲ୍ଥ କେୟାର ରିଫର୍ମ , ଆର୍ଥିକ ଓ ସାମାଜିକ ବିକାଶକୁ ନେଇ ତାଙ୍କ ପାଖରେ ବହୁତ ଯୋଜନା ଅଛି. ଇଥର୍ନ ଏବେ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି . ତେବେ ସମସ୍ତେ ଇଥର୍ନଙ୍କୁ ସମର୍ଥନ କରୁନଥିବା ଜଣାପଡିଛି . କିଛି ରାଜନେତା ମଧ୍ୟ ବୟସ ସୀମା ନିର୍ଦ୍ଧାରଣ ବିଲକୁ ଆଗତ କରିଥିଲେ ମଧ୍ୟ ସଫଳ ହୋଇପାରିନାହାନ୍ତି .

LEAVE A REPLY

Please enter your comment!
Please enter your name here