ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ସକଲାର ଜଙ୍ଗଲରେ ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ । ରବିବାର ରାତିରୁ ଏହି ଗୁଳି ବିନିମୟ ଜାରି ରହିଛି। ଏହି ଗୁଳି ବିନିମୟରେ ବର୍ତ୍ତମାନ ସୁଦ୍ଧା ୮ ନକ୍ସଲଙ୍କର ମୃତ୍ୟୁ ଘଟିଥିବା ବେଳେ ନକ୍ସଲଙ୍କ ଗୁଳିରେ ୨ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ସୁକମା ଏସପି ଅଭିଷେକ ମିନା ଏହି ସୁଚନା ଦେଇଛନ୍ତି । ପୁଲିସ ଗୁଳିରେ ଆହତ ଜଣେ ମାଓବାଦୀ ଗିରଫ ହୋଇଛି । ଘଟଣାସ୍ଥଳରୁ ଗୁଳିଗୋଳା ଓ ବୋମା ନିର୍ମାଣ ସାମଗ୍ରୀ ଜବତ ହୋଇଛି ।

LEAVE A REPLY

Please enter your comment!
Please enter your name here