ଏଣିକି ଅଙ୍ଗନବାଡି ପିଲାଙ୍କୁ ଦିଆଯିବ ଚୁନା ମାଛ । ସମୋନିତ ଶିଶୁ ବିକାଶ ଯୋଜନା ଅଧିନରେ ଅଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କୁ ଦିଆଯାଉଥିବା ଖାଦ୍ୟରେ ସାମିଲ ହେବ ଚୁନା ମାଛ । ୩ରୁ ୬ ବର୍ଷ ବୟସର ଶିଶୁ , ଗର୍ଭବତୀ, ପ୍ରସୁତି ମହିଳା ଏବଂ କିଶୋରୀମାନଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ପାଇଲଟ ପ୍ରକଳ୍ପ ଭାବରେ ମୟୂରଭଞ୍ଜ ଜିଲ୍ଲାର ୫୦ଟି ଅଙ୍ଗନବାଡି କେନ୍ଦ୍ରରେ ଏହି ଯୋଜନା ଆରମ୍ଭ କରାଯିବ । ଏହି ପାଇଲଟ ପ୍ରକଳ୍ପ ସଫଳ ହେଲେ ଜିଲ୍ଲାର ଅନ୍ୟ ଅଙ୍ଗନବାଡି କେନ୍ଦ୍ରରେ ମଧ୍ୟ ଦିଆଯିବ । ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ଏହା ଆଲୋଚନା ହୋଇଛି ।

LEAVE A REPLY

Please enter your comment!
Please enter your name here