ତାଳଦଣ୍ଡା କେନାଲରେ ବୁଡି ଚାଲିଯାଇଛି ଦୁଇ ନିଷ୍ପାପ ଶିଶୁଙ୍କ ଜୀବନ । ଖେଳୁଥିବାବେଳେ ତାଳଦଣ୍ଡା କେନାଲରେ ବୁଡି ଯାଇଥିଲେ ଜଣେ ୪ ବର୍ଷର ଝିଅ ଏବଂ ୪ ବର୍ଷର ପୁଅ । ଅଭାବନୀୟ ଘଟଣା ଘଟିଛି ପାରାଦୀପ ଅଠରବାଙ୍କି ଲକପଡା ବସ୍ତିରେ । ଲକପଡା ବସ୍ତିରେ ରହୁଥିବା ନୃସିଂହ ମିସ୍ତ୍ରୀଙ୍କ ୪ ବର୍ଷର ପୁଅ ଏବଂ ବୁଦ୍ଧ ଦେବ ଦାସଙ୍କର ୪ ବର୍ଷର ଝିଅ ତାଳଦଣ୍ଡା କେନାଲ ବନ୍ଧରେ ଖେଳୁଥିବାବେଳେ କେନାଲକୁ ଖସିପଡିଥିଲେ । କିଛି ସମୟ ପରେ ଗାଧୋଇଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଲକପଡା ବସ୍ତିରେ ଶୋକାକୂଳ ପରିବେଶ ।

LEAVE A REPLY

Please enter your comment!
Please enter your name here