ଗୁରୁବାର ଟିକେଟ ବିକ୍ରିକୁ ନେଇ କଳିଙ୍ଗ ଷ୍ଟାଡିୟମ ଟିକେଟ କାଉଣ୍ଟର ପାଖରେ ଭଙ୍ଗାରୁଜା ହେବା ପରେ ଶୁକ୍ରବାର ସଚିବାଳୟରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା. ଯେଉଁଥିରେ ଆସନ୍ତା 27 ତାରିଖରେ କଳିଙ୍ଗ ଷ୍ଟାଡିୟରେ ଆୟୋଜିତ ହେବାକୁଥିବା ହକି ପୁରୁଷ ବିଶ୍ୱକପ୍ ଉଦଘାଟନୀ ଉତ୍ସବ ପାଇଁ ଟିକେଟ ବିକ୍ରି କାଉଣ୍ଟର କିମ୍ବା ଅଫଲାଇନରେ ନ ହୋଇ କେବଳ ଅନଲାଇନରେ ବିକ୍ରି ହେବ ବୋଲି ନିଷ୍ପତି ନିଆଯାଇଛି. ଏହାଛଡା କୌଣସି ପାସ୍ ପ୍ରଦାନର ବ୍ୟବସ୍ଥା ମଧ୍ୟ ରହିବ ନାହିଁ. ଆଗ୍ରହୀ ଦର୍ଶକ କେବଳ www.ticketgenie.in ସାଇଟରୁ ଟିକେଟ କିଣିପାରିବେ.

LEAVE A REPLY

Please enter your comment!
Please enter your name here