ଶାସକ ଦଳ ବିରୋଧରେ ଏକ ସଂଘିନ ଅଭିଯୋଗ ଆଣିଛି ରାଜ୍ୟ ବିଜେପି | କେନ୍ଦ୍ର ଯୋଜନାକୁ ଶାସକ ଦଳ ନିଜ ଯୋଜନା ବୋଲି କହି ଲୋକଙ୍କୁ ଠକୁଥିବା କହିଛି ବିଜେପି | ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ଆବାସ ଯୋଗାଇ ଦେଉଥିବା ବେଳେ ରାଜ୍ୟ ସରକାର କେନ୍ଦ୍ର ଯୋଜନାକୁ ହଡପ କରି ମୋ ଆବାସ ନାମରେ ଲୋକଙ୍କୁ ଠକୁଥିବା କହିଛି ରାଜ୍ୟ ବିଜେପି | ତେବେ ଏନେଇ ଅନିଦ୍ଧିଷ୍ଟ କାଳ ପାଇଁ ରାଜଭବନ ସମୁଖରେ ରାଜ୍ୟ ବିଜେପି ଧାରଣା ଦେଇଛି | ଏନେଇ ବୁଧବାର ଦିନ ରାଜ୍ୟ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା |
ସୂଚାନଯୋଗ୍ୟ, ରାଜ୍ୟ ସରକାରଙ୍କ ବିଧାୟକମାନେ ଘର ଆବଣ୍ଟନ ପାଇଁ ହିତାଧିକାରୀ ପିଛା ୨୧ହଜାର ଟଙ୍କା ପିସି ନେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି | ରାଜ୍ୟ ସରକାର ଏହି ଆବାସ ଯୋଜନାରେ ପାରଦର୍ଶିତା ରଖୁନାହାନ୍ତି | ପ୍ରଥମତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୮ ମସିହାରେ ଓଡ଼ିଶାରେ ୪ଲକ୍ଷ ଗୃହର କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । କିନ୍ତୁ ରାଜ୍ୟ ସରକାର ଏହାକୁ ନିଜ ଲୋଗୋରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ବିଜୁ ପକ୍କା ଘରର ଫଟୋ ଲଗାଇ ‘ମୋ ଆବାସ’ ଲେଖି କାର୍ଯ୍ୟାଦେଶ ବଣ୍ଟନ କରୁଛନ୍ତି | ଦ୍ୱିତୀୟତଃ ସମସ୍ତେ ଘର ପାଇବେ ବୋଲି ଯେଉଁ ସର୍ଭେ ଚାଲିଛି ସେଥିରେ ରାଜ୍ୟ ସରକାର ଚଞ୍ଚକତା କରିି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କଥା ଉଲ୍ଲେଖ କରୁନାହାନ୍ତି । ତୃତୀୟତଃ ସର୍ଭେ ହେଲାପରେ ଯେଉଁ ପ୍ରାଥମିକ ତାଲିକା ଆସିଛି, ସେହି ଘରର ଫଟୋ ଉଠାଇ ଜିଓ ଟ୍ୟାଗିଙ୍ଗ୍ କରାଯିବା କଥା । କିନ୍ତୁ ଶାସକ ଦଳର ବିଧାୟକମାନେ ଏବେ ପଞ୍ଚାୟତ ଏକଜ୍ୟୁଟିଭ୍, ଜିଆରଏସ ମାନଙ୍କୁ ଧରି କେବଳ ବିଜେଡି କର୍ମୀ ଓ ସମର୍ଥକମାନଙ୍କ ଘର ଜିଓ ଟ୍ୟାଗିଙ୍ଗ୍ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ। ଚତୁର୍ଥତଃ ରାଜ୍ୟର ବିଭିନ୍ନ ସ୍ଥାନରେ ଘର କରାଇବା ନାଁରେ ବିଜେଡିର ବିଧାୟକମାନେ ଘର ପିଛା ୨୧ହଜାର ଟଙ୍କା ପିସି ଆଦାୟ କରିବାରେ ଲାଗିଛନ୍ତି । ଯେଉଁମାନଙ୍କ ନାଁ ପ୍ରାଥମିକ ତାଲିକାରେ ଅଛି ସେମାନଙ୍କ ଘର ଜିଓ ଟ୍ୟାଗିଙ୍ଗ୍ ହେବ ବୋଲି କହି ସେହି ଗରିବ ହିତାଧିକାରୀମାନଙ୍କ ଠାରୁ ୧୦ ହଜାର ଟଙ୍କା ବିଧାୟକଙ୍କ ନାଁରେ ଏବଂ ୧୧ ହଜାର ଟଙ୍କା ବ୍ଲକ ଅଫିସରଙ୍କ ନାଁରେ ପିସି ଆଦାୟ କରାଯାଉଛି । ରାଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟ ବିରୁଦ୍ଧରେ ବିଜେପି କର୍ମୀମାନେ ଗତମାସ ୨୭ତାରିଖରେ ସମସ୍ତ ବ୍ଲକ, ପୌର କାର୍ଯ୍ୟାଳୟ ଓ ମହାନଗର ନିଗମ ଆଗରେ ବିକ୍ଷୋଭ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଥିଲେ । ମାତ୍ର ଏହି ଚଞ୍ଚକତା ଓ ଭ୍ରଷ୍ଟାଚାରକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ତେଣୁ ବିଜେପି ପୁଣିଥରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜଭବନ ଆଗରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛି ।

LEAVE A REPLY

Please enter your comment!
Please enter your name here