ଅନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି ଝାରସୁଗୁଡା ପୋଲିସ । ଗିରଫ ପରେ ସେମାନଙ୍କ ନିକଟରୁ ନଗଦ 44 ହଜାର ଟଙ୍କା, 3ଟି ଖଣ୍ଡା, ଗୋଟିଏ ଦେଶୀ ବନ୍ଧୁକ, ଗୁଳି, ଲୁହାରଡ଼, 7ଟି ମୁଖା ଓ 11ଟି ମୋବାଇଲ ଜବତ ହୋଇଛି ।
ଗୁରୁବାର ଦିନ ରାତିରେ 10 ଜଣ ଡକାୟତ ଏକାଠି ହୋଇ ଏକ ବଡ ଧରଣର ଡକାୟତି କରିବାକୁ ଯୋଜନା କରୁଥିଲେ । ଏହି ସମୟରେ ପୋଲିସ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଥିଲା। ଗିରଫ ଡକାୟତମାନଙ୍କ ମଧ୍ୟରୁ 7 ଜଣ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ହୋଇଥିବା ବେଳେ 3 ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଡକାୟତ ଦଳ ବଡ଼ବଡ଼ ଡକାୟତି କରିଥିବା ପୋଲିସ ସୂଚନା ଦେଇଛି। ଡକାୟତମାନେ ମୁଖ୍ୟତଃ ବ୍ୟାଙ୍କ ସମ୍ମୁଖରେ ରହି ଗ୍ରାହକଙ୍କ ଗତିବିଧି ଲକ୍ଷ୍ୟ କରି ସେମାନଙ୍କ ଠାରୁ ଲୁଟ୍ କରୁଥିଲେ ବୋଲି ଝାରସୁଗୁଡା ଏସ.ପି.ଓ କୈଳାସ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।