ରାଜ୍ୟରେ ଟିକାକରଣ ସୁରୁଖୁରରେ ଚାଲୁ ରଖିବା ପାଇଁ ଆହୁରୀ ଟିକା ଆସି ପହଁଞ୍ଚିଛି । ଆଜି ୨ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଆସି ପହଁଞ୍ଚିଛି । ଏହି ଟିକା ୪୫ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ ଦିଆଯିବା ଲାଗି ଆସିଛି । ତେବେ ପ୍ରଥମ ଡୋଜ୍ ନେଇ ଦ୍ୱିତୀୟ ଡୋଜ୍‌କୁ ଅପେକ୍ଷା କରିଥିବା ଲୋକଙ୍କୁ ଏଥିରେ ପ୍ରାଥମିକତା ଦିଆଯିବ । ରାଜ୍ୟରେ ଏବେ ତୃତୀୟ ପର୍ଯ୍ୟାୟ ଟିକାକରଣ ମଧ୍ୟ ଆରମ୍ଭ ହୋଇଛି । ହେଲେ ଟିକା ଅଭାବ ଯୋଗୁଁ କେତେକ ସ୍ଥାନରେ ତୃତୀୟ ପର୍ଯ୍ୟାୟ ଅର୍ଥାତ୍ ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକା ଦିଆଯିବା ଆରମ୍ଭ ହୋଇପାରିନି । ସେପଟେ ପ୍ରଥମ ଡୋଜ୍ ନେଇଥିବା ଲୋକେ ଦ୍ୱିତୀୟ ଡୋଜ୍ ନେବା ପାଇଁ ଅପେକ୍ଷା କରିଥିଲେ ବି ଟିକା ନଥିବାରୁ ଟେନସନ ହେଉଥିଲେ । ଆଜି ଆସି ପହଁଞ୍ଚିଥିବା ଟିକାରେ ଦ୍ୱିତୀୟ ଡୋଜ୍ ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ପ୍ରାଥମିକତା ଦିଆଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here