ବିଧାୟକ ଅରୁଣ ସାହୁଙ୍କୁ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି । ଭୁବନେଶ୍ୱର ସିବିଆଇ ଅଫିସ ଆଗରେ କଂଗ୍ରେସ କର୍ମୀମାନେ ଧାରଣା ଦେଇଛନ୍ତି । ଦାରୁ ଫିକ୍ସିଂ ଓ ଛବି ବର୍ଦ୍ଧନ ହତ୍ୟା ଘଟଣାରେ ଅରୁଣଙ୍କ ସଂପୃକ୍ତି ଅଭିଯୋଗ କରି କଂଗ୍ରେସ ଏହି ଧାରଣା ଦେଇଛି । ୨୦୧୫ରେ ନବକଳେବର ସମୟରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କ ଦାରୁ ଚିହ୍ନଟରେ ଟଙ୍କା କାରବାର ହୋଇଥିବା ଅଭିଯୋଗ ହୋଇଛି । ସେତେବେଳେଅରୁଣ ସାହୁ ଆଇନ ବିଭାଗର ମନ୍ତ୍ରୀ ଥିଲେ । ତେଣୁ ଦାରୁ ଫିକ୍ସିଂରେ ତାଙ୍କର ସଂପୃକ୍ତି ନେଇ କଂଗ୍ରେସ ଅଭିଯୋଗ କରିଛି । ସେହିପରି ଛବି ବର୍ଦ୍ଧନ ହତ୍ୟା ମାମଲାର ଦୀର୍ଘ ବର୍ଷ ପରେ କଂଗ୍ରେସ ପୁଣି ଏହି ପୁରୁଣା ପ୍ରସଙ୍ଗ ଉଠାଇ ଅରୁଣଙ୍କୁ ଅଡୁଆରେ ପକାଇବାକୁ ଉଦ୍ୟମ କରିଛି ।

LEAVE A REPLY

Please enter your comment!
Please enter your name here