ଏଣିକି ଗୋଟିଏ କଲେଜରେ ଯୁକ୍ତ ୩ ସହ ରହିବନି ଯୁକ୍ତ ୨ । ନୂତନ ନିଯୁକ୍ତ ପ୍ରକ୍ରିୟା ଶେଷ ହେବା ପରେ ଏହି ନିୟମ ଲାଗୁ କରାଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ଦେଇଛନ୍ତି । ଆଜି ସଚିବାଳୟରେ ଶିକ୍ଷା ବିଭାଗର ମିଳିତ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଗୋଟିଏ କଲେଜରେ ଏକାଠି ମିଶି ଥିବା ଯୁକ୍ତ ୩ ଓ ଯୁକ୍ତ ୨କୁ ଅଲଗା କରାଯିବ । ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଯୁକ୍ତ ୩ କଲେଜରେ ରହିବେ । ଯୁକ୍ତ ୨କଲେଜ ପାଇଁ ନୂଆ ନିଯୁକ୍ତି କରାଯିବ । ନୂଆ ନିଯୁକ୍ତି ପ୍ରକ୍ରିୟା ୩ରୁ ୪ବର୍ଷ ମଧ୍ୟରେ ସରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବୈଠକ ଶେଷ ହେବା ପରେ ପ୍ରତିକ୍ରିୟା ଦେଇଛନ୍ତି । ବର୍ତ୍ତର୍ମାମନ ଯେମିତି ଚାଲିଛି ସେମିତି ଚାଲିବ । ୩ କି ୪ବର୍ଷ ଭିତରେ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଯୁକ୍ତ ୩ ଓ ଯୁକ୍ତ ୨କୁ ଅଲଗା କରାଯିବ ।

LEAVE A REPLY

Please enter your comment!
Please enter your name here