କେନ୍ଦ୍ରାପଡା ରାଜନଗର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ଆସିବେ ନୂଆ ଅତିଥି ଅଲିଭ ରିଡଲେ । ସେଥିପାଇଁ ଗହୀର ମଥାରେ ମାଛ ଧରିବା ଉପରେ କଟକଣା ଲାଗିଛି । ଏହି କଟକଣା ଆସନ୍ତା ମେ ୩୧ ଯାଏ ବଳବତ୍ତର ରହିବ । ବେଆଇନ ମାଛ ମାଫିଆଙ୍କୁ ଜଗିବେ ତଟରକ୍ଷୀ ବାହିନୀ, ସାମୁଦ୍ରିକ ଥାନା ଓ ବନ ବିଭାଗ ।
ନଭେମ୍ବର ପ୍ରଥମ ସପ୍ତାହରେ ଅଲିଭ ରିଡଲେ ଅଭୟାରଣ୍ୟକୁ ଆସିଥାନ୍ତି । ଏଠାରେ ସେମାନଙ୍କର ମିଳନ ପର୍ବ ପରେ ଡିସେମ୍ବର ଶେଷ ବେଳକୁ ଅଣ୍ଡା ଦେବା ଆରମ୍ଭ କରନ୍ତି । ଗହିର ମଥାର ନାସି-୧ ନାସି-୨ ଓ ବାୁବାଲି ପ୍ରଭୁତି ସ୍ଥାନରେ ଅଣ୍ଡା ଦେଇଥାନ୍ତି । ଏମାନଙ୍କର ସୁରକ୍ଷା ପାଇଁ ମତ୍ସ୍ୟଜୀବୀଙ୍କ ମାଛ ମାରିବାକୁ ବାରଣ କରାଯାଇଛି । କଇଁଛ ସୁରକ୍ଷା ପାଇଁ ୧୬ଟି ଟିମରେ ୬୦ ଅଧିକାରୀ ଅଛନ୍ତି!!

LEAVE A REPLY

Please enter your comment!
Please enter your name here