ଶେଷରେ ନରମିଲେ ହାଇକୋର୍ଟ ଓକିଲ. ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ କେନ୍ଦ୍ର ବାର ଆସୋସିଏସନର ଆଦେଶମାନା ପରେ ଆନ୍ଦୋଳନରୁ ଓହରିବାକୁ ବାଧ୍ୟ ହୋଇଛନ୍ତି ଓଡିଶା ହାଇକୋର୍ଟ ଓକିଲ ସଂଘ. ଆଜି ହାଇକୋର୍ଟ ଓକିଲ ସଂଘର ସାଧାରଣ ପରିଷଦ ବୈଠକରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ବିଧିବଦ୍ଧ ନିଷ୍ପତ୍ତି ହୋଇଥିଲା. ଜଣେ ବିଚାରପତିଙ୍କ ନିଯୁକ୍ତି ନିଷ୍ପତ୍ତିକୁ ବିରୋଧ କରି ଓକିଲ ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା. ଏହାଦ୍ବାରା ରାଜ୍ୟରେ ସବୁ କୋର୍ଟ ଅଚଳ ହୋଇପଡିଥିଲା. ଓକିଲଙ୍କ ଆନ୍ଦୋଳନକୁ ସୁପ୍ରିମକୋର୍ଟ ଭର୍ତ୍ସନା କରିବା ସହ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ. କେନ୍ଦ୍ର ବାର ଆସୋସିଏସନ ମଧ୍ୟ ଆନ୍ଦୋଳନରୁ ନ ଓହରିଲେ ଏହାକୁ ବିଶୃଙ୍ଖଳିତ କାର୍ଯ୍ୟ ଭାବେ ବିବେଚନା କରାଯାଇ ନିର୍ବାଚନ ପ୍ରକ୍ରିୟାରୁ ସଂପୃକ୍ତ ଓକିଲଙ୍କୁ ସସପେଣ୍ଡ କରାଯ଼ିବ ବୋଲି କହିଥିଲେ. ତିନି ତାରିଖ ସୁଦ୍ଧା ବାର୍ ଆସୋସିଏସନ ନିଷ୍ପତ୍ତି ଜଣାଇବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ହାଇକୋର୍ଟ ବାର୍ ଆସୋସିଏସନ ବୈଠକ ବସିଥିଲା.

LEAVE A REPLY

Please enter your comment!
Please enter your name here