ପ୍ରଥମେ ରଙ୍ଗ ନମ୍ବରରୁ ପ୍ରେମ…ତା ପରେ ଫେସବୁକରେ ଚାଟିଂ…ଆଉ ତା ପରେ ଅଶ୍ଳୀଳ ଭିଡିଓ ଚାଟିଂ…..କିଭଳି ଏ ପ୍ରେମ…..?? ଯୁବତୀ ଜଣଙ୍କ ଏଭଳି ପ୍ରେମ କଲେ ଯେ, ଶେଷରେ ତାଙ୍କୁ ନିଜ ଭିଡିଓ ପାଇଁ ବିଷ ପିଇ ଆତ୍ମହତ୍ୟା କରିବାକୁ ପଡିଲା. ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଅନୁଗୁଳ ଜିଲ୍ଲା ବନ୍ତଳା  ଥାନା ନନ୍ଦପୁର ପଞ୍ଚାୟତରେ. ସୂଚନା ଅନୁସାରେ, ଯୁବତୀ ଜଣଙ୍କ ତାଳଚେରର ଜଣେ ଯୁବକଙ୍କୁ ଭଲପାଉଥିଲେ. ଆଉ ଏହି ଛଳନାତ୍ମକ ପ୍ରେମକୁ ଯୁବତୀ ଜଣକ ଏତେ ମାତ୍ରାରେ ବିଶ୍ୱାସ କରିଥିଲେ ଯେ, ଶେଷରେ ଅଶ୍ଳୀଳ ଭିଡିଓ ଚାଟିଂ କରିବାକୁ ମଧ୍ୟ କୁଣ୍ଠାବୋଧ କରିନଥିଲେ. ଶେଷରେ ତାଙ୍କର ଏହି ଭିଡିଓ ଚାଟିଂ ସୋସିଆଲ ମିଡିଆରେ ଭାଇରାଲ ହେବା ଦେଖି ଯୁବତୀ ଜଣଙ୍କ ବିଷ ପିଇ ଆତ୍ମହତ୍ୟା କରିଛନ୍ତି. ଏ ନେଇ ଯୁବତୀଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ବର୍ତ୍ତମାନ ଉକ୍ତ ପ୍ରେମିକକୁ ଖୋଜୁଛି.

 

 

 

LEAVE A REPLY

Please enter your comment!
Please enter your name here