ସମ୍ବଲପୁର କୁଚିଣ୍ଡା ଅଞ୍ଚଳରୁ ଆସିଛି ଛାତି ଥରାଇଦେବା ଭଳି ଘଟଣା । ନିଜ ସ୍ତ୍ରୀ ଆଖି ଆଗରେ ଫାର୍ସାରେ ୪ ଝିଅଙ୍କୁ ଆକ୍ରମଣ କରିଛି ପିଶାଚ ବାପା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ୩ ଜଣ ଗୁରୁତର ରହିଛନ୍ତି । ସେମାନଙ୍କୁ ଗଡପୋଷ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୋବିନ୍ଦପୁର ଥାନା ଯୌତୁକବାହଲ ଗାଁରେ ଏହି ଜଘନ୍ୟ କାଣ୍ଡ ଘଟିଛି । ନିଜ ସ୍ତ୍ରୀକୁ ବି ମାରିବାକୁ ବି ପଛାଇନଥିଲା ଏହି ସଇତାନ ଲୋକ । ସମସ୍ତଙ୍କୁ ମାରିବା ପରେ ନଜେ ବେକକାଟି ଆତ୍ମହତ୍ୟା ଉଦ୍ୟମ କରୁଥିଲା ଅଭିଯୁକ୍ତ ସୁଖୁ ଓରାମ । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here